ଭଞ୍ଜନଗର ୨୦/୦୨ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ରେ ବିଜୁ ପଟ୍ଟନାୟକ ୱାଟର ପାର୍କ ଆରମ୍ଭ ହେଲା, ଗତ ଜାନୁଆରୀ ୨୬ ତରିଖ ରେ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭା ର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ଉଦଘାଟନ ହୋଇଥିବା ବେଳେ କିଛି କାମ ବାକି ରହିଥିବାରୁ ୱାଟର ପାର୍କଟି କାର୍ଯ୍ୟକାରି ହୋଇ ନଥିଲା ଆଜି ଫେବୃଆରୀ ୨୧ ତାରିଖ ବୁଧବାର ଠାରୁ କାର୍ଯ୍ୟକାରୀ ହେବ |ଏହା ସପ୍ତାହ ରେ କେବଳ ସୋମବାର କୁ ଛାଡିଦେଲେ ବାକି ସବୁ ଦିନ ଖୋଲା ରହିବ ଓ ପୂର୍ବାହ୍ନ ଦଶ ୧୦ ଘଣ୍ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ, ୱାଟର ପାର୍କ କୁ ପ୍ରବେଶ କରିବାକୁ ହେଲେ ପାଞ୍ଚ ବର୍ଷ ରୁ ଅଧିକା ପିଲା ଙ୍କୁ ଟିକଟ ଲାଗୁଥିବା ବେଳେ ଜଣକୁ ୨୦୦ ଟଙ୍କା ଟିକେଟ ଦେବାକୁ ପଡିବ ତା ସହ ୱାଟରପାର୍କ କତୃପକ୍ଷ ଜଳବସ୍ତ୍ର ଜଣକ ପିଛା ୨୫ ଟଙ୍କା ରଖିଥିବାବେଳେ ଲକର ପିଛା ୨୫ ଓ ଟିଉବ ପିଛା ୧୦ ଟଙ୍କା ରଖିଛନ୍ତି | ଏହା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି|