ଭୁବନେଶ୍ୱର, ତା.୧୧/୦୨: ବିଶିଷ୍ଟ ପ୍ରଶାସକ, ସାହିତ୍ୟିକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଦୈନିକ ଖବରକାଗଜର ସଂପାଦକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସାତକଡି ହୋତାଙ୍କ ବିୟୋଗରେ ବୈଜୟନ୍ତଙ୍କ ପଣ୍ଡା ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ସ୍ୱର୍ଗତଃ ହୋତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ବୈଜୟନ୍ତ ଶୋକ ବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ହୋତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବୈଜୟନ୍ତ ପଣ୍ଡା ପ୍ରାର୍ଥନା କରିଛନ୍ତି ।