ଆୟୁର୍ବେଦ ଅନୁସାରେ ଗୁଡ଼ ର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି l ବିଶେଷ ଭାବେ ଶୀତ ଋତୁରେ ଗୁଡ଼ ସେବନ ପାଇଁ କୁହାଯାଇ ଥାଏ l ଗୁଡ଼ ପ୍ରକୃତି ରେ ଖୁବ ଗରମ ଅଟେ l ତେଣୁ ଶୀତ ଋତୁରେ ଏହାକୁ ସେବନ କରିବା ଅମୃତ ସମାନ ଅଟେ l ଏହା ଶରୀର କୁ ଗରମ ରଖିଥାଏ l ତେଣୁ ରାତ୍ରି ଭୋଜନ ପରେ ଖଣ୍ଡିଏ ଗୁଡ଼ ଖାଇବା ପାଇଁ ପରାମର୍ଶ ଦିଆଯାଇ ଥାଏ l ଗୁଡ଼ ଚିନି ଭଳି ରିଫାଇଣ୍ଡ ହୋଇ ନଥାଏ ଓ ଅନେକ ପୋଷାକ ତତ୍ୱ ରେ ଭରପୁର ହୋଇଥାଏ l
* ଗୁଡ଼ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ , କ୍ୟାଲସିୟମ , ଭିଟାମିନ ବି 12 , ଆଇରନ ଇତ୍ୟାଦି l
* ଗୁଡ଼ ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ରାମ ବାଣ l ଏହା ପାଚନ କ୍ରିୟା କୁ ସୁସ୍ଥ ରଖିଥାଏ l ଗ୍ୟାସ ସମସ୍ୟା ଦୂର କରିଥାଏ ଗୁଡ଼ l ଯେଉଁମାନେ ଗ୍ୟାସ ରେ ପୀଡିତ ହେଉଛନ୍ତି ସେମାନେ ନିୟମିତ ଖାଇ ସାରିବା ପରେ ପେଟ ସମ୍ବନ୍ଧୀୟ ସମସ୍ୟା ରୁ ଆରାମ ମିଳିଥାଏ l
* ଗୁଡ଼ ପ୍ରକୃତିରେ ଗରମ ହୋଇ ଥିବାରୁ ଶୀତ ଋତୁରେ ସେବନ କରିବା ଦ୍ୱାରା ସର୍ଦି, କାଶ , କଫ ସମସ୍ୟା ଦୂରେଇ ଯାଇଥାଏ l
* ତ୍ୱଚା ସମ୍ବନ୍ଧିୟ୍ ସମସ୍ୟା ରୁ ଗୁଡ଼ ଆରାମ ଦେଇଥାଏ l ଯଦି ଆପଣ ନିୟମିତ ଖଣ୍ଡିଏ ଲେଖାଏଁ ଗୁଡ଼ ଖାଇବେ ତେବେ ବ୍ରଣ ସମସ୍ୟା ଦୂର ହେବ l
* ଗୁଡ଼ ରେ ଥିବା ପୋଟାସିୟମ ହାର୍ଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ରୁ ଆରାମ ମିଳିଥାଏ l ହାର୍ଟ ରୋଗୀ ଙ୍କ ପାଇଁ ଚିନି ପରିବର୍ତ୍ତେ ଗୁଡ଼ ଖାଇବା ଖୁବ ହିତକର l
* ଯଦି ଆପଣ କୋଷ୍ଠ କଠିନ୍ୟ ସମସ୍ୟା ରେ ପ୍ରଭାବିତ ହେଉଛନ୍ତି ତେବେ ପ୍ରତିଦିନ ରାତିରେ ଖାଇ ସାରିବା ପରେ ଖଣ୍ଡିଏ ଗୁଡ଼ ନିଶ୍ଚିନ୍ତ ଖାଆନ୍ତୁ l
* ଯଦି ଥଣ୍ଡା ରୁ ଆପଣଙ୍କ ଗଳା ବସି ଯାଉଛି ତେବେ ଗୁଡ଼ ଓ ଅଦା କୁ ଗରମ କରି ଖାଆନ୍ତୁ l ଗଳା ଖୋଲିଯିବା ସହିତ ଗଳା କୁ ଆରାମ ମିଳିବ l
* ଉଚ୍ଚ ରକ୍ତଚାପ ରୋଗୀ ଚିନି ପରିବର୍ତ୍ତେ ନିୟମୀତ ଗୁଡ଼ ସେବନ କରିବା ଜରୁରୀ l ଗୁଡ଼ ରେ ଥିବା ପୋଟାସିୟମ ରକ୍ତ ଚାପ କୁ ସନ୍ତୁଳିତ ରଖିଥାଏ l