Odisha news

କଳିଙ୍ଗନଗର ମହୋତ୍ସବ ର ୭ମ ଓ ଅନ୍ତିମ ଦିବସ , ଶିଳ୍ପର ବିକାଶରେ ରାଜ୍ୟର ବିକାଶ ସମ୍ଭବ : ମନ୍ତ୍ରୀ ଅଶୋକ ପଣ୍ଡା 

0
ଦାନଗଦି, ତା ୨/୨  : କଳିଙ୍ଗନଗର ମହୋତ୍ସବ ର ଆଜି ଶେଷ ଦିବସ। ଶେଷ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କଳା,ସାହିତ୍ୟ ଓ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ମହୋତ୍ସବ ର ଆବଶ୍ୟକତା ରହିଛି। ଶିଳ୍ପକୁ ନବୀନ ବାବୁ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି। ଶିଳ୍ପର ବିକାଶ ହେଲେ ରାଜ୍ୟ ର ବିକାଶ ସମ୍ଭବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟ ରେ କହିଥିଲେ।

ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ଶିଳ୍ପର ରାଜଧାନୀ ହେଉଛି କଳିଙ୍ଗନଗର। ଶିଳ୍ପପତିଙ୍କ ସହଯୋଗ ରେ ଆଜି ମହୋତ୍ସବ ଅନୁଷ୍ଠିତ ହୋଇଛି, ଶିଳ୍ପାଞ୍ଚଳ ର ଗୌରବ ବଢ଼ାଇବା ପାଇଁ ଏଭଳି ମହୋତ୍ସବ ର ଆୟୋଜନ କରାଯାଉଛି, ଖଣିଜ ସମ୍ପଦ ରେ ଭରପୁର ହେଉଛି ଓଡ଼ିଶା, ଭାରତ ବର୍ଷର ସବୁ ରାଜ୍ୟ ଆଜି ଓଡ଼ିଶା ଉପରେ ନିର୍ଭର କରୁଛନ୍ତି। ବଳକା ରାଜ୍ୟ ଭାବେ ଓଡ଼ିଶା ଏବେ ବେଶ ପରିଚିତ। ବିଜେଡ଼ି ସରକାର ଙ୍କ ପୂର୍ବରୁ ୧୧୯୦୦ କୋଟି ର ବଜେଟ ଉପସ୍ଥାପନ କରାଯାଉ ଥିଲା, ଏବେ ଏହା ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ରେ ପହଞ୍ଚି ପାରିଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇ ତାଙ୍କ ବକ୍ତବ୍ୟର କହିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇ° ପ୍ରିତିରଞ୍ଜନ ଘଡ଼ାଇ, ବ୍ୟାସନଗର ମ୍ୟୁନିସିପାଲଟି ଅଧକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ବଳ,ଦାନଗଦି ବ୍ଲକ ଅଧକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣୀ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷ ଭାଗ୍ୟଲକ୍ଷ୍ମି ରାଉତ, ଏମପି ଙ୍କ ପ୍ରତିନିଧି ବିବେକା ବୋଷ ଓ ଲୋକନାଥ ଧୀର, ଜିଲ୍ଲାପରିଷଦ ସଭ୍ୟା, ସ୍ମୃତିରେଖା ରାଉତ, ଟିନା ହାଇବୃ ଓ ସୁଚିତ୍ରା ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ।(ଫଟୋ)
Nalco
Leave A Reply