କେନ୍ଦ୍ରାପଡ଼ା-୨୫/୦୧: କେନ୍ଦ୍ରାପଡା ସାଂନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସପ୍ତାହ ବ୍ୟାପି ଚାଲିଥିବା ବାଳିକା ଆତ୍ମରକ୍ଷା କୈାଶଳ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ଅଧ୍ୟକ୍ଷ ଦିଲିପ କୁମାର ମହାନ୍ତି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିବା ବେଳେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଶୁଭାଶିଷ ଜେନା, ମିର ନୁରୁଲ ହୋସେନ ଅଲ୍ଲୀ, ଅଧ୍ୟାପିକା ଦମୟନ୍ତୀ ମହାରଣା, ମାନସୀ ନାୟକ, ଅର୍ଚ୍ଚନା ପଣ୍ଡା, ଅନସୂୟା ପ୍ରଧାନ, କ୍ରୀଡା ଶିକ୍ଷକ ଦେବେନ୍ଦ୍ର ସାହୁ, ମହେନ୍ଦ୍ର ଚୂଳି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜକୁ ରକ୍ଷା କରିବାକୁ ଛାତ୍ରୀ ମାନଙ୍କୁ ତାଲିମ ନେବାରେ ଉସôାହିତ କରିଥିଲେ । ଛାତ୍ରୀ ବର୍ଷାରାଣୀ ଦାସ, ଭାଗ୍ୟଶ୍ରୀ ସାହୁ, ସାଜିଦା ବେଗମ ପ୍ରମୁଖ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ । ୧୧୮ ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇ ଥିଲା । ମାଷ୍ଟର ଟ୍ରେନର ସୈାଦାମିନୀ ପାଗଳ ଓ ମୋନାଲିସା ନାୟକ ତାଲିମ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରକାଶ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।