Odisha news

ବିପଦର ବନ୍ଧୁ ଓଡିଶା ପକ୍ଷରୁ ଅଗ୍ନି ଦୁର୍ଘଟଣା ଜନିତ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0

(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର କୁଲାଡ କବିସମ୍ରାଟ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀ କୁମୁଦ ଚନ୍ଦ୍ର ବାଡତୀୟା ଙ୍କ ପୌରାହିତ୍ୟ ରେ ରେ ଅଗ୍ନି ଏବଂ ବନ୍ୟା ଜଳ ରେ ଦୁର୍ଘଟଣା ଜନିତ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ବିପଦର ବନ୍ଧୁ ଓଡିଶା ଓ ରୋଟାରି କ୍ଳବ ଭଞ୍ଜନଗର ର ସଦସ୍ୟ ମାନଙ୍କ ସହଯୋଗ ରେ ଭଞ୍ଜନଗର ଅଗ୍ନିସମ କେନ୍ଦ୍ର ର ଧିକାରୀ ଶ୍ରୀ ସମୀର କୁମାର ବିଶ୍ୱାଳ ଙ୍କ ସହ 5 ଜଣିଆ ଅଗ୍ନିବିଭାଗ କର୍ମଚାରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ହଟାତ ସ୍କୁଲ ଶ୍ରେଣୀ ଗୃହ ରେ ନିଆଁ ଲାଗିଗଲେ,ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ରୁ ନିଆଲାଗିଗଲେ କିମ୍ବାj କାହା ଘରେ ଅଚାନକ ନିଆଁ ଲାଗିଗଲେ ସେହି ନିଆଁ କୁ କିପରି ଆୟତ କରିବା ଏବଂ ବନ୍ୟଜଳ କେହି ଭାସିଗଲେ କିପରି ରକ୍ଷା କରିବା ଏସବୁ ଉପରେ ଡ୍ରାମ ମାଧ୍ୟମରେ ସୁନ୍ଦର ଭାବରେ ବିଭିର୍ଣ୍ଣ ଅଗ୍ନି ସୁରକ୍ଷା ଯନ୍ତ୍ରପାତି ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରିଥିଲେ. ପିଲାମାନଙ୍କୁ ପ୍ରତିଯୋଗିତା କରାଇ ପୁରସ୍କୃତ କରାଯାଇଥିଲା. ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗୌରିନନ୍ଦନା ହୋତା,ଦିବାକର ପାତ୍ର,ରୋଟାରୀଆନ ପ୍ରାଦୁମ୍ନ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ପାତ୍ର ସମସ୍ତ ଶିକ୍ଷକ ଓ ବିପଦର ବନ୍ଧୁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ.

Govt
Leave A Reply