Odisha news

କଣାସ:କିଶୋରୀ ମେଳା ଅନୁଷ୍ଠିତ

0
କଣାସ,୨୩/୦୧/ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଦାମୋଦରପୁର ଅଙ୍ଗନୱାଡ଼ି କେନ୍ଦ୍ରରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । କିଶୋରୀ ବାଳିକା ମାନଙ୍କ ଶାରୀରିକ ଓ ମାନଶିକ ବିକାଶ ପାଇଁ ବିଭିନ୍ନ ପୃଷ୍ଟିକର ଖାଦ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।ଆଲୋଚନାର ବିଷୟ ହେଲା ବାଲ୍ୟ ବିବାହ ସମ୍ପୂର୍ଣ ବନ୍ଦ କରିବା ।ବାଲ୍ୟ ବିବାହ କଲେ କଣ ଅସୁବିଧା ହୋଇଥାଏ ।ପୁଅ ଓ ଝିଅକୁ ସାଧାରଣତଃ କେତେ ବୟସ ହେଲେ ସେମାନେ ବିବାହ କରିପାରିବେ ସେ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ।ଚଳିତ ବର୍ଷ ଜାନୁଆରୀ ମାସ ଠାରୁ କିଶୋରୀ ବାଳିକା ମାନଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନାରେ ମୁଢ଼ି,ସୋଲା ବୁଟ ,ଅଣ୍ଡା ବଣ୍ଟନ କରାଯାଉଛି ।ଏହା ଦ୍ଵାରା ସେମାନଙ୍କର ପୃଷ୍ଟି ସାଧନ ଦିଗରେ ଉନ୍ନତି ହୋଇପାରିବ ବୋଲି ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା ।ଶେଷରେ କିଶୋରୀ ବାଳିକା ମାନଙ୍କ ମଧ୍ୟରେ  ବିଭିନ୍ନ ପ୍ରତିଯୋଗିତା ଯଥା ବାଲ୍ୟ ବିବାହ ବନ୍ଦ କରିବା ଉପରେ କ୍ଷୁଦ୍ର ନାଟକ ପରିବେଷଣ,ସ୍ୱଚ୍ଛ ଭାରତ,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଦାମୋଦରପୁର ଅଙ୍ଗନୱାଡ଼ି କର୍ମୀ ପ୍ରଶାନ୍ତି ମାର୍ଥା,ରଜନୀ ଗୁମନସିଂହ,ରଶ୍ମିରେଖା ନାୟକ, ଭାଗ୍ୟଲକ୍ଷ୍ମୀ ନାୟକ,କବିତା ସ୍ବାଇଁ,ସ୍ମିତାଞ୍ଜଳି ଶ୍ରୀଚନ୍ଦନ,ସୁଚିତ୍ରା ବିଶ୍ଵାଳ, ସାଳନ୍ଦ୍ରି ପାଇକରାୟ ଓ ମଞ୍ଜୁଲତା ବିଶ୍ଵାଳ ପ୍ରମୁଖ ବିଭିନ୍ନ ଅଙ୍ଗନୱାଡ଼ି କର୍ମୀ ଓ ବିନ୍ଧଣ ସମିତି ସଭ୍ୟ ସଂଗ୍ରାମ ଭୁଜବଳ ଉପସ୍ଥିତ ଥିଲେ ।
Leave A Reply