Odisha news

ଆନନ୍ଦପୁର ଉପଖଣ୍ଡରେ ରାମଲୀଳାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆନନ୍ଦପୁର ଉତ୍ସବ ମୁଖର

0
 ଆନନ୍ଦପୁର :   ଆନନ୍ଦପୁର ଅଯୋଧ୍ୟାରେ ରାମ ମନ୍ଦିର ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ମହା ଆଡମ୍ବରରେ ଆନନ୍ଦପୁର ଅନୁଷ୍ଠିତ ହୋଇଯାଇଛି  ll ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମଗ୍ର ଆନନ୍ଦପୁର ସହରକୁ ଆଧ୍ୟାତ୍ମିକ ରୀତିରେ ସଜାଯାଇଛି ll ଆଜି ଭାରତର ସମେତ ସମଗ୍ର ବିଶ୍ୱର ଦୃଷ୍ଟି ପ୍ରାଣ ପ୍ରତିଷ୍ଠାତା ରାମଲୀଳାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ଆଜି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପୂଜାର୍ଚନା ସମେତ ଯଜ୍ଞ ସଂକୀର୍ତନ କୀର୍ତ୍ତନ ମାଧ୍ୟମରେ ପୂଜାର୍ଚନା କରାଯାଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ll ସେହିପରି ଆନନ୍ଦପୁରର ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ସକାଳ 10 ଘଟିକା ସମୟରେ ବୈତରଣୀ ନଦୀରୁ କଳସ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ରଧ୍ଵନିରେ ଯଜ୍ଞ କରାଯାଇଥିଲା ll ଦିବା 1 ଘଟିକା ସମୟରେ ସର୍ବ ସାଧାରଣଙ୍କ ନିମନ୍ତେ ପ୍ରସାଦ ସେବନ କରାଯାଇଥିଲା ll ସେହିପରି ଫକୀରପୁରରେ ଥିବା 10 ନମ୍ବର ୱାର୍ଡର ହନୁମାନ ମନ୍ଦିରରେ ବରିଷ୍ଠ ବିଜେପି ନେତା ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଏକ କୀର୍ତ୍ତନ ଓ ଶ୍ରୀ ରାମଧ୍ଵନିରେ ଏକ ରାଲି ବାହାରି ଫକୀରପୁରର ଗ୍ରାମ ପରିକ୍ରମା କରିବା ସହିତ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ll ଏହି ରାଲିରେ ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ସୁମତି ଜେନା, ତୃପ୍ତିମୟୀ ଜେନାଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ll ଆନନ୍ଦପୁରର ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାର୍ଚନା ଓ ସଂକୀର୍ତନ ମାଧ୍ୟମରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ll ପଞ୍ଚମୁଖୀ ହନୁମାନ ପକ୍ଷରୁ ଏକ ବାଇକରାଲି ବାହାରି ଆନନ୍ଦପୁର ଜେଲସ୍ଥିତ ହନୁମାନ ମନ୍ଦିର ଦେଇ ସହର ପରିକ୍ରମା କରି ଜୟ ଶ୍ରୀ ରାମ ଧ୍ଵନିରେ ପ୍ରକମ୍ପିତ କରି ସହର ପରିକ୍ରମା କରିଥିଲେ ll ସମଗ୍ର ଆନନ୍ଦପୁର ଉପଖଣ୍ଡ ଗେରୁଆମୟ ହୋଇ ସଜ ହୋଇଥିବା ବେଳେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚଳାଚଞ୍ଚଳ ହୋଇ ଉଠିଥିବା ବେଳେ ସମଗ୍ର ଆନନ୍ଦପୁର ବାସୀ ନିଜ ନିଜ ଘରରେ କଳସ ବସାଇବା ସହିତ ସଂଧ୍ୟାରେ ରାମଲୀଳାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ଦୀପ ଜାଳି ଦୀପାବଳି ମନାଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ll ଆଜିର ଏହି ରାମଲୀଳାଙ୍କ କାର୍ଯ୍ୟର ସଫଳ ନିମନ୍ତେ ଭାଜପା ନଗରମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଭାଜପା ନେତା ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ମୁରଲୀଧର ମିଶ୍ର, ଗଗନ ସିଂ, ରାଜେନ୍ଦ୍ର ସାହୁ, ଶ୍ରୀଧର ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ହେମନ୍ତ ସାହୁ, ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ରାମଲୀଳାଙ୍କ ପାଇଁ ସମସ୍ତ ଆୟୋଜନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ll
Leave A Reply