ବ୍ରହ୍ମପୁର :-ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ଆଜି ଦ୍ୱିତୀୟ କ୍ଵାଟର ଫାଇନାଲରେ ମୁଖ୍ୟଅତିଥି ଭାବେ ଆସ୍ଥା ହସ୍ପିଟାଲର ପ୍ରୋପାଇଟର ପ୍ରଭାକର ପାଢ଼ୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ l ଆଜି ଦ୍ୱିତୀୟ କ୍ଵାଟର ଫାଇନାଲ ମ୍ୟାଚ ଅକ୍ସଫୋର୍ଡ କ୍ରିକେଟ କ୍ଲବ ବନାମ ଲିଡସ କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା ଅକ୍ସଫୋର୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୨୭ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୫୨ ରନ୍ ସଂଗ୍ରହ କରିଥିଲେ l ଦଳ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ ୫୩ ବଲ ଖେଳି ୬୩ ରନ୍ କରିଥିଲେ l ଲିଡସ କ୍ରିକେଟ ଏକାଡେମୀ ଦଳ ପକ୍ଷରୁ ବୋଲିଙ୍ଗରେ ସତ୍ୟ ୬ ଓଭର ପକାଇ ୨୧ ରନ ଦେଇ ୩ ଗୋଟି ୱିକେଟ ଓ ସୁବୋଦ୍ଧ ୬ ଓଭର ପକାଇ ୪୭ ରନ ଦେଇ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ l ଜବାବରେ ଲିଡସ କ୍ରିକେଟ ଏକାଡେମୀ ୨୬.୪ ଓଭର ଖେଳି ୩ ଓ୍ବିକେଟ ହରାଇ ୧୫୩ ରନ କରିଥିଲେ l ଦଳ ପକ୍ଷରୁ କେ.ଗଣେଷ ପାତ୍ର ୫0 ବଲ ଖେଳି ୫୫ ରନ ଓ ସୁବୋଧ କୁମାର ଗୌଡ଼ ୪0 ବଲ ଖେଳି ୩୯ ରନ କରିଥିଲେ l ଅକ୍ସଫୋର୍ଡ ଦଳ ପକ୍ଷରୁ ବୋଲିଙ୍ଗରେ ସୁବୋଧ କୁମାର ଗୌଡ଼ ୬ ଓଭର ପକାଇ ୪୭ ରନ ଦେଇ ୩ ଗୋଟି ୱକେଟ ଓ ସତ୍ୟ ୬ ଓଭର ୨୧ ରନ ଦେଇ ୩ ଗୋଟି ଓ୍ବିକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଲିଡସ କ୍ରିକେଟ ଏକାଡେମୀ ୭ ଗୋଟି ଓ୍ବିକେଟରେ ମ୍ୟାଚ ଜିତିନେଇଥିଲା l ଆଜିର ମ୍ୟାଚରେ ଲିଡସ କ୍ରିକେଟ ଏକାଡେମୀ କ୍ଲବର ସୁବୋଧ କୁମାର ଗୌଡ଼ଙ୍କୁ ମ୍ୟାନ୍ ଅଫ ଦା ମ୍ୟାଚ ଭାବେ ବିବେଚିତ କରାଯାଇଛି l ଆଜିର ମ୍ୟାଚକୁ ଅମ୍ପlୟାର ଭାବେ ଦେବ ବ୍ରତ ଦେବ ଓ ସରୋଜ କୁମାର ପାଢ଼ୀ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଏମ ନବୀନ କୁମାର ସହଯୋଗ କରିଥିଲେ l ଆଜିର ଅତିଥି ରୂପେ ଆସ୍ଥା ହସ୍ପିଟାଲର ପ୍ରୋପାଇଟର ପ୍ରଭାକର ପାଢ଼ୀ ଯୋଗ ଦେଇ ମ୍ୟାନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାମେଶ୍ୱର କ୍ଲବ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ,ପ୍ରଣବ କୁମାର ପଟ୍ଟନାୟକ, ଏନ. ବିଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ l