Odisha news

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହେଲା ମୁସଲମାନ ନେତା ଙ୍କ କଟାକ୍ଷ

0

ନୂଆଦିଲ୍ଲୀ :ଅଲ ଇଣ୍ଡିଆ ୟୁନାଇଟେଡ଼ ଡେମୋକ୍ରଟିକ୍ ଫ୍ରଣ୍ଟ ର ଅଧ୍ୟକ୍ଷ ବଦରୁଦିନ ଅଜମାଲ ମୁସଲମାନ ଙ୍କୁ କହିଛନ୍ତି ଯେ ୨୦-୨୬ ଜାନୁଆରୀ ମଧ୍ୟରେ ଘରେ ରହିବାକୁ l ଏହାଛଡା ଭାରତୀୟ ଜନତା ପାର୍ଟି କୁ ମୁସଲିମ ବିରୋଧୀ ଦର୍ଶାଇ ଛନ୍ତି l AIUDF ପକ୍ଷରୁ କୁହାଯାଇଛି ବିଜେପି ଆମର ଶତ୍ରୁ l

ଗୋଟିଏ ରାଲି କୁ ସମ୍ବୋଧନ କରିବା ସମୟରେ ଅଜମାଲ କହିଛନ୍ତି ଯେ ୨୦-୨୬ ଜାନୁଆରୀ ମଧ୍ୟରେ ସମସ୍ତ ମୁସଲମାନ ଭାଇ ଭଉଣୀ ଘରେ ରହିବେ ଏବଂ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ରେଳ ଯାତ୍ରା କରିବେ ନାହିଁ l

ଏହାକୁ ପ୍ରତିବାଦ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ‘ ବିଜେପି ମୁସଲମାନ ଙ୍କୁ ଘୃଣା କରୁନାହିଁ l ବିଜେପି ସମସ୍ତ ଙ୍କ ସହିତ , ସମସ୍ତଙ୍କ ବିକାଶ ଓ ସମସ୍ତ ଙ୍କ ବିଶ୍ୱାସ କୁ ନେଇ କାମ କରୁଛି l ଅଯୋଧ୍ୟା ଭୂମି ବିବାଦ ରେ ପୂର୍ବ ପ୍ରତିବାଦୀ ଇକବଲ ଅଂଶାରୀ ଙ୍କୁ ମଧ୍ୟ ନିମନ୍ତ୍ରଣ ଯାଇଛି , ସେ ମଧ୍ୟ ପ୍ରାର୍ଥନା ରେ ସାମିଲ ହେବେ l ବିଜେପି ସମସ୍ତ ଧର୍ମ ର ସମ୍ମାନ କରିଥାଏ l ବଦରୁଦିନ୍ ଅଜମାଲ ଓ ଅସଦୁଦିନ ଅବେଶୀ ଙ୍କ ଭଳି ନେତା ସମାଜ ରେ ଅରାଜକତା ଆଣୁଛନ୍ତି l

ଜାନୁଆରୀ ୨୨ ତାରିଖ ଦିନ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟା ରେ ହେବାକୁ ଯାଉଛି l ଏହି ପରି ପ୍ରେକ୍ଷୀ ରେ ବିଭିନ୍ନ ଦଳର ରାଜନୈତିକ ଦଳର କଥା କଟାକଟି ଆରମ୍ଭ ହୋଇ ଯାଇଛି l

Leave A Reply