Odisha news

ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ।

0
ଆଠଗଡ଼ ତା ୨୭-୧୨-୨୩ ଆଠଗଡ଼ ପାଇଁ ନୂତନ ଭାବରେ ହୋଇ ଥିବା ୬ ଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ମଧ୍ୟରୁ ଆଜି ଧାଈପୁର କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି ରାଜସ୍ବ ସର୍କଲ ଦ୍ଵାରା ଜମିଜମା ସଂପର୍କିତ ତ୍ଵରିତ ନ୍ୟାୟ ମିଳିବ ବୋଲି କହିଥିଲେ। ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ୪୮ ଲକ୍ଷ ଟଙ୍କା ର ବ୍ୟୟ ଅଟକଳ କରାଯାଇ ଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଆଠଗଡ଼ ତହସିଲଦାର କ୍ଷେତ୍ର ମୋହନ ସ୍ଵାଇଁ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ପ୍ରଶାନ୍ତ କୁମାର ସାହୁ, ସୋନାଲି ଗୋଛୟତ, ଧରଣୀଧର ବେହେରା ସୂର୍ଯ୍ୟକାନ୍ତ ଗୋଛୟତ ଧନେଶ୍ଵର ବେହେରା ପ୍ରଭୃତି ଯୋଗ ଦେଇଥିଲେ। ଏହି ସର୍କଲ ଦ୍ଵାରା ଧାଈପୁର, ବେଣ୍ଟପଦା ଏବଂ ରାଧା ଗୋବିନ୍ଦ ପୁର ପଞ୍ଚାୟତ ର ଜନସାଧାରଣ ଉପକୃତ ହୋଇପାରିବେ ବୋଲି କୁହା ଯାଇଛି।
IEC 2 years
Leave A Reply