Odisha news

ଆମେରିକାର ରୁଷ ନିକଟରୁ କିଣିଥିଲା ଗୋଟିଏ ରାଜ୍ୟ , କିନ୍ତୁ କାହିଁକି ?

0

ପଇସା ଦେଇ ବଜାରରୁ ସବୁ କିଣିହୁଏ …
କିନ୍ତୁ କଣ କେବେ ଭାବିଛନ୍ତି ପଇସା ଦେଇ ରାଜ୍ୟ କିଣି ହୋଇଥାଏ ?….
ହଁ ଆଜ୍ଞା ଏହି ଦୁନିଆରେ ପଇସା ଦେଲେ ବାପା ମା ମଧ୍ୟ ମିଳିବେ …
ତେବେ ରାଜ୍ୟ କାହିଁକି ବା ନ ମିଳିବ ?

ସାଧାରଣ ଭାବରେ ଗୋଟିଏ ଦେଶ କୁ ଯୁଦ୍ଧରେ ବିଜୟ ହାସଲ କରି ଲାଭ କରାଯାଏ , କିମ୍ବା ଜୋର ଜବରଦସ୍ତ ଦଖଲ କରି ନିଜ ଅକ୍ତିଆର କୁ ଆଣି ହୁଏ l କିନ୍ତୁ ଆମେରିକାରେ ଏଭଳି ଗୋଟିଏ ରାଜ୍ୟ ରହିଛି ଯାହାକୁ ସେ ୪୫ କୋଟି ୮୧ ଲକ୍ଷରେ ରୁଷ ନିକଟ ରୁ କିଣିଥିଲା l ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ l

ଆସନ୍ତୁ ଜାଣିବା ଆମେରିକାର ଏହି ରାଜ୍ୟ ବିଷୟରେ , ଏହି ରାଜ୍ୟ ଟି ର ନାମ ହେଉଛି ଆଲାସ୍କା l ଏହାର ପୂର୍ବ ରେ କାନାଡ଼ା ଓ ଉତ୍ତରରେ ଅର୍କଟିକ ମହାସାଗର , ଏବଂ ଦକ୍ଷିଣ ପଶ୍ଚିମ ରେ ପ୍ରଶାନ୍ତ ମହାସାଗର ଓ ରୁଷ ରହିଛି l ଆଲସ୍କା ର ଅର୍ଥ ମୁଖ୍ୟ ଭୂମି ଏବଂ ଏହି ରାଜ୍ୟ ର ସ୍ଥିତି ଓ ନିୟମ ଯାହା ରୁଷ ସହିତ ଥିବା ବେଳେ ରହିଥିଲା ବର୍ତମାନ ମଧ୍ୟ ତାହା ରହିଛି l

ଆଲସ୍କା ରେ ରହିଥିବା ଜନାଉ ଆଇସ ଫିଲଡ଼ ହେଉଛି ଦୁନିଆର ୭ମ ବରଫିଲା ସ୍ଥାନ l ପାଖାପାଖି ୧୫୦୦ ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଅଂଚଳରେ ପ୍ରତିବର୍ଷ ୧୦୦ ଫୁଟ ର ବରଫ ପ୍ରବାହ ହୋଇଥାଏ l କାହିଁକି ନା ଏହି ଅଞ୍ଚଳ ଖୁବ ଉଚ୍ଚ ରେ ଅବସ୍ଥିତ l

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଦେଶ ର ପତାକା କୁ ଗୋଟିଏ ୧୩ ବର୍ଷର ବାଳକ ଡିଜାଇନ କରିଥିଲା l ଯାହାର ନାମ ବେନି ବେନ୍ସନ l ତେଣୁ ୧୯୨୭ ରେ ଗୋଟିଏ ପ୍ରତିଯୋଗିତା କରାଯାଇ ଥିଲା l ଏହି ପ୍ରତିଯୋଗିତା ରେ ବେନି ବିଜୟ ଲାଭ କରିଥିଲେ ଓ ତାଙ୍କୁ ପୁରସ୍କାର୍ ଆକାରରେ ୧୦୦୦ ଡଲାର ଦିଆ ଯାଇଥିଲା l

ଦିନ ଥିଲା ଜାନୁଆରୀ ୩ ତାରିଖ ୧୯୫୯ , ଅଲାସ୍କା ଆମେରିକା ର ୪୯ ତମ ରାଜ୍ୟ ହୋଇଥିଲା l ୩୦ ମାର୍ଚ୍ଚ ୧୮୬୭ ରେ ଆମେରିକା ରୁଷ ନିକଟରୁ ଆଲସ୍କା କୁ କିଣି ଥିଲା l ଏହା ସେହି ସମୟରେ ୪୫ କୋଟି ୮୧ ଲକ୍ଷ ଟଙ୍କାରେ କିଣି ଥିଲା ଆମେରିକା l ଅର୍ଥତ ଗୋଟିଏ ଏକର ପିଛା ୩୧୫ ଟଙ୍କା ପଡିଥିଲା l ରୁଷ ର ଜାର ଶାସକ ଆଲେକ୍ସଜାଣ୍ଡର ଦ୍ଵିତୀୟ ଏହାକୁ ବିକ୍ରି କେରିଥିଲେ l ରୁଷ ଜନସାଧାରଣ ଙ୍କୁ ଏହା ଆପଣେଇବା ପାଇଁ ଅନେକ ସମୟ ଲାଗିଥିଲା l

Leave A Reply