Odisha news

ମୁଁ ବର୍ତମାନ ବୁଢା ହେଇନି, ଏବେ ବି ଅନେକ ଲୋକଙ୍କୁ ଠିକ କରିପାରିବା ଭଳି ଶକ୍ତି ମୋର ଅଛି : ଶରଦ ପାୱାର

0

ନୂଆଦିଲ୍ଲୀ : ଏନସିପି ପ୍ରମୁଖ ଶରଦ ପାୱାର ରବିବାର ୧୭ ତାରିଖ ଦିନ କାହାର ନାଁ ନଧରି ନିଜ ପୁତୁରା ମହାରାଷ୍ଟ୍ର ର ଡେପୁଟି ଚିଫ ମିନିଷ୍ଟର ଙ୍କୁ ଆକ୍ଷେପ କରି କହିଛନ୍ତି l ସେ ନିଜର ଜନ୍ମଦିନ ରେ ପୁଣେ ରେ ଆୟୋଜିତ ଗୋଟିଏ ବଳଦ ଗାଡି ପ୍ରତିଯୋଗିତା ରେ କହିଥିଲେ ଯେ ଏପର୍ଯ୍ୟନ୍ତ ମୁଁ ବୁଢା ହୋଇନାହିଁ , ମୁଁ ଏବେ ମଧ୍ୟ ଅନେକ ଲୋକଙ୍କୁ ସଜାଡି ବାଟକୁ ଆଣିପାରିବି l କିନ୍ତୁ ସେ ନିଜ ବୟାନ ରେ କାହାରି ନାଁ ଧରିନଥିଲେ l କିନ୍ତୁ ରାଜନୈତିକ ମହଲରେ ଶରଦ ପାୱାର ଙ୍କ ଏହି ବୟାନ କୁ ଅଜିତ ପାୱାର ଙ୍କ ପ୍ରତି କଟାକ୍ଷ ବୋଲି କୁହାଯାଇଛି l

ଚଳିତ ବର୍ଷ ଜୁଲାଇ ମାସରେ ଶରଦ ପାୱାର ଙ୍କ ପୁତୁରା ଅଜିତ ପାୱାର ଏନସିପି ସହିତ ବିଦ୍ରୋହ କରି ଭାଜପା ର ହାତ ଧରିଥିଲେ l ଏନସିପି ସହିତ ବିଦ୍ରୋହ ପରେ ଅଜିତ ପାୱାର କହିଥିଲେ ତାଙ୍କ ଚାଚା ବୁଢା ହୋଇ ଗଲେଣି ଓ ତାଙ୍କୁ ଆଗାମୀ ପିଢ଼ି ପାଇଁ ରାସ୍ତା ପ୍ରସ୍ତୁତ କରିବାକୁ ପଡିବ l

ରବିବାର ଦିନ ମହାରାଷ୍ଟ୍ର ର ପୂର୍ବ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ଥିବା ଶରଦ ପାୱାର ଙ୍କ ଜନ୍ମଦିନ ଥିଲା l ଏହି ଅବସରରେ ପୁଣେ ର ହବେଲି ତହସିଲ ର ଚାରକୋଳି ରେ ଗୋଟିଏ ବଳଦ ଗାଡି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l ସେ ଏହି କାର୍ଯ୍ୟକ୍ରମ ରେ କହିଥିଲେ ଯେ ମୋତେ ୮୪ ବର୍ଷ ବୟସ ହେଲାଣି ମୋ ପାଖରେ ଏବେ ମଧ୍ୟ କିଛି ଲୋକଙ୍କୁ ସାବାଡ଼ କରିବାର ଶକ୍ତି ଅଛି l ଗାଦିରେ ବସିଥିବା ଲୋକ ମାନଙ୍କର କୃଷକ ମାନଙ୍କ ପାଇଁ ତିଳେମାତ୍ର ସମ୍ବେଦନଶୀଳତା ନାହିଁ l ଏହାଛଡା ଶରଦ ପାୱାର ମହାରାଷ୍ଟ୍ର ସରକାର ଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସରକାର କୃଷକ ମାନଙ୍କୁ ସାହାଯ୍ୟ କରିବା ବଦଳରେ ଅସୁବିଧାରେ ପକାଉଛି l

କହି ରଖୁଛୁ ଯେ ଚଳିତବର୍ଷ ଜୁଲାଇ ମାସରେ ମହାରାଷ୍ଟ୍ର ରାଜନୀତି ରେ ଗୋଟିଏ ପରିବର୍ତନ ଆସିଥିଲା l ଯାହାଦ୍ୱାରା ଦେଶର ରାଜନୀତି ଦୋହଲି ଯାଇଥିଲା l

Leave A Reply