ଶୀତଋତୁ ଆସିବା ମାତ୍ରକେ ଆସ୍ଥମା ସମ୍ବନ୍ଧୀୟ ସମସ୍ୟା ବଢି ଯାଇଥାଏ l ଯେଉଁ କାରଣରୁ ଶ୍ୱାସ କ୍ରିୟାରେ ଅନେକ ଅସୁବିଧା ଆସିଥାଏ l ଅନେକ ସମୟରେ ଏଭଳି ହୋଇଥାଏ ଯେ ଅତ୍ୟଧିକ ଥଣ୍ଡା କାରଣରୁ ଧଇଁସଇଁ ଲାଗିଥାଏ l ଯଦି ଆପଣ ଜଣେ ଆସ୍ଥମା ରୋଗୀ ଓ ଆପଣଙ୍କର ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଉଛି ତେବେ କିଛିଟା କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ l
– ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ –
– ଶୀତଋତୁ ରେ ଭିଡ଼ ସ୍ଥାନ କୁ କଦାପି ଯାଆନ୍ତୁ ନାହିଁ l
– ଘରୁ ବାହାରିବା ସମୟରେ ନିହାତି ମାସ୍କ ପିନ୍ଧନ୍ତୁ l
– ଧୁମ୍ରପାନ କରୁଥିବା ବ୍ୟକ୍ତି ନିକଟକୁ କଦାପି ଯାଆନ୍ତୁ ନାହିଁ l
– ଅଧିକ ମାତ୍ରାରେ ଫଳମୂଳ ଓ ପନିପରିବା ଖାଆନ୍ତୁ l
– ଶୀତବସ୍ତ୍ର ପିନ୍ଧି ରୁହନ୍ତୁ l
– ରାତିରେ ଆସ୍ଥମା ରୋଗୀ ଦୁଗ୍ଧ ପିଇବା ଉଚିତ ନୁହେଁ l ଯଦି ପିଉଛନ୍ତି ତେବେ ଦୁଗ୍ଧ ରେ ଗୋଲମରିଚ ପକାଇ ପିଅନ୍ତୁ l
– ସକାଳୁ ଖାଲି ପେଟରେ ଆସ୍ଥମା ରୋଗୀ ରସୁଣ ଖାଇବା ଖୁବ ହିତକର l ରସୁଣ ସେବନ ଦ୍ୱାରା ଫୁସଫୁସ ର ବାୟୁ ମାର୍ଗ ସ୍ଵଛ ରହିଥାଏ l
* ଆସ୍ଥମା ଅଟକ ରୁ ନିଜକୁ କିପରି ରକ୍ଷା କରିବେ –
– ଆସ୍ଥମା ଆଟାକ ରୁ ନିଜକୁ ରକ୍ଷା କରିବା ପାଇଁ ସର୍ବଦା ରୁମ କୁ ସଫାସୁତୁରା ରଖନ୍ତୁ l ନଚେତ ଡଷ୍ଟ ଏଲର୍ଜୀ ହୋଇ ଆସ୍ଥମା ଆଟାକ ହୋଇପାରେ l
– ଶୋଇବା ବିଛଣା କୁ ସଫାସୁତୁରା ନିହାତି ରଖିବା ଜରୁରୀ l ନଚେତ ଆସ୍ଥମା ଆଟାକ ହେବାର ଅଧିକ ସମ୍ଭାବନା ରହିଥାଏ l
– ପୋଷା ଜୀବଜନ୍ତୁ ଙ୍କ ଠାରୁ ଆସ୍ଥମା ରୋଗୀ ସର୍ବଦା ଦୁରେଇ ରହିବା ଆବଶ୍ୟକ l ନଚେତ ଆସ୍ଥମା ଆଟାକ ହେବାର ସମ୍ଭାବନା ବଢି ଯାଇଥାଏ l
– ଯଦି ଆପଣ ଜଣେ ଆସ୍ଥମା ରୋଗୀ ତେବେ କଦାପି ଚିତ ହୋଇ ଶୋଇବା ଉଚିତ ନୁହେଁ l
– ଆସ୍ଥମା ରୋଗୀ ମାନେ ଅଧିକ ରୁ ଅଧିକ ଉଷୁମ ପାଣି ସେବନ କରିବା ଜରୁରୀ l