ଆସିକା : କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣା ରେ ଜୈନିକା କଲେଜ ଛାତ୍ରୀ ନିଜେ ନିଜ ଦେହରେ କିରାସିନି ଢ଼ାଳି ହୋଇ ପୋଡ଼ି ମରିବା ଭଳି ଘଟଣା ଘଟିଛି।ଗ୍ରାମ ର ମୁଖ୍ୟ ରାସ୍ତା କଡ଼ ରେ ନିଜ ଘରେ ରହୁଥବା କଲେଜ ଛାତ୍ରୀ ପୂଜା ଗୌଡ଼ (୧୬) ପରିବାର ସଦସ୍ୟ ଙ୍କ ଅନୁପସ୍ଥିତ ସମୟରେ ଏଭଳି କାଣ୍ଡ ଘଟାଇଥିବା ତାଙ୍କ ମା ଥାନା ରେ ଅଭିଯୋଗ କରିଛନ୍ତି। ପୂଜା ବାଲିପଦର କଲେଜର ଯୁକ୍ତ ଦୁଇ ର ଛାତ୍ରୀ।ତାଙ୍କ ବାପା ଦେବରାଜ ଗୌଡ଼ ସୁରାଟ ରେ ଓ ମାଆ ଅନିତା ଗୌଡ଼ କୌଣସି କାମ ରେ ଗାଁ ବାହାରକୁ ଯାଇଥିଲେ। ଘରେ କେହି ନଥିବା ବେଳେ ପୂଜା ନିଜ ଦେହ ରେ କିରାସିନି ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି। ଗ୍ରାମବାସୀ ଓ ସମ୍ପର୍କୀୟ ଘରୁ ଧୂଆଁ ବାହାରୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ କୋଟିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ପୂଜା ମରି ଥିବା ସ୍ଥାନରୁ ପୋଲିସ କିରାସିନି ଡବା ମଧ୍ୟ ଜବତ କରିଛି । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ବ୍ରହ୍ମପୁର ଏମ କେ ସି ଜି କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ପ୍ରାଥମିକ ତଦନ୍ତ ରୁ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ଥାନା ଅଧିକାରୀ ଶ୍ରୀ ସାହା କହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବବୋଲି ସେ କହିଛନ୍ତି।