ଭଞ୍ଜନଗର,01/12 (ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ) : ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି l ଏଥିରେ ବିଦ୍ୟାଳୟର ଚାରିଶହ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷlକର୍ମଚାରୀ ଉପସ୍ଥିତ ରହି ଏଡ଼ସ ସଚେତନତା ଉପରେ କହିଥିଲେ l ଶିକ୍ଷକ ସାଜନ ସ୍ୱାଇଁ ଏହା ଉପରେ ପିଲାମାନଙ୍କୁ ଶପଥ ପାଠ କରାଇଥିଲେ l ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସଚେତନ କରାଇଥିଲେ l ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ଲ