Odisha news

ଆସୁଛନ୍ତି ମହାମହିମ, ସଜେଇ ହେଲାଣି ବନ୍ଦର ନଗରୀ 

0
ପାରାଦୀପ :  ସଜେଇ ହେଉଛି ବନ୍ଦର ନଗରୀ | ରାସ୍ତା ଘାଟ ପୁରା ଚକାଚକ | ସବୁଦିନ କଳା ଦିଶୁଥିବା ବନ୍ଦର ଆଜି ପୁରା ସଫା | କାନ୍ଥବାଡ ରେ ଶୋଭା ପାଇଲାଣି ରଙ୍ଗ ବେରଙ୍ଗର ଚିତ୍ର | କାରଣ ଆଉ ଦିନକ ପରେ ଆସୁଛନ୍ତି ରାଷ୍ଟ୍ରପତି |  ପାରାଦୀପ ଉତ୍ସାହିତ, ବନ୍ଦର କର୍ମଚାରୀ, ଆଉ ବନ୍ଦର ନଗରୀ ବାସିନ୍ଦା ବି ବେଶ ଉତ୍ସାହିତ | କାରଣ ଆଉ ଦିନକ ପରେ ପାରାଦୀପ ରେ ପହଞ୍ଚିବେ ଦେଶର ପ୍ରଥମ ନାଗରିକ | ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ | ପ୍ରତି ବର୍ଷ ବନ୍ଦର ପାଲୁଥିବା ବୋଇତ ବନ୍ଦାଣ ଉତ୍ସବ ଚଳିତ ବର୍ଷ ହୋଇ ଉଠିବ ଆହୁରି ଜୀବନ୍ତ | ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ |ଚଳ ଚଞ୍ଚଳ ଏବେ ପୁରା ବନ୍ଦର ନଗରୀ ପାରାଦୀପ | କିଏ ରାସ୍ତା ସଫା କରୁଛି ତ କିଏ ରାସ୍ତା କଡ ରେ ଭିନ୍ନ ଭିନ୍ନ ରଙ୍ଗ ମାଖୁଛି | ପାରାଦୀପ ର ଗଲିକନ୍ଦି ଏବେ ଚିକ୍ ଚିକ୍ ମାରିଛି | ଆଉ ମାତ୍ର ଗୋଟାଏ ଦିନ ପରେ ଗୋପବନ୍ଧୁ ଷ୍ଟାଡିୟମ ରେ ଅବତରଣ କରିବ ଭାରତୀୟ ବାୟୁ ସେନା ର ହେଲିକପ୍ଟର | ଆଉ ସେଥିରୁ ଓହ୍ଲାଇ ପାରାଦୀପ ମାଟିରେ ପାଦ ଥାପିବେ ମ୍ୟାଡମ ପ୍ରେସିଡେଣ୍ଟ | ଗୋପବନ୍ଧୁ ଷ୍ଟାଡିୟମ ରୁ ସିଧା ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଷ୍ଟ ବେସିନ୍ | ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରା କୁ ନୂତନ ପିଢି ର ମନରେ ଉଦ୍ଜୀବିତ ରଖିବା ଉଦ୍ଦେଶ୍ୟ ନେଇ ବାଣିଜ୍ୟ କରିବାକୁ ଯିବାକୁ ପ୍ରସ୍ତୁତ ଥିବା ସାତ ସାଧବ ପୁଅ ର ବୋଇତ କୁ ଦେବେ ମେଲାଣି | ଚଳିତ ବର୍ଷ ବନ୍ଦର ର ସମୃଦ୍ଧି ଆଉ ବ୍ୟବସାୟ ବୃଦ୍ଧି ନେଇ ହେବ ମଧ୍ଯ ପୂଜାର୍ଚ୍ଚନା | ସେଠୁ ନେହେରୁବଙ୍ଗଳା ରେ କିଛି ମସ୍ଥ୍ୟଜୀବି ଙ୍କ ସହ ସାକ୍ଷାତ ର କାର୍ଯ୍ୟକ୍ରମ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ରାଜ୍ଯ ଓ କେନ୍ଦ୍ର ପ୍ରଶାସନ ହୋଇ ଉଠିଛନ୍ତି ତତ୍ପର | ବାସ୍ତବିକ ପ୍ରତିବର୍ଷ ବୋଇତ ବନ୍ଦାଣ ଉତ୍ସବ ବନ୍ଦର କର୍ତ୍ତୁପକ୍ଷ ଙ୍କ ଦ୍ଵାରା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ଙ୍କ ଗ୍ରସ୍ତ ସମସ୍ତଙ୍କୁ ବେଶ ଉତ୍ସାହିତ କରିଛି |
Leave A Reply