ଭୁବନେଶ୍ୱର,୨୩/୧୧/୨୦୨୩ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ କୋରାପୁଟର ମୁଖ୍ୟ ଉତ୍ସବ ୨୬ତମ ରାଜ୍ୟସ୍ତରୀୟ ମହୋତ୍ସବ “ପରବ’କୁ ଜାତୀୟ ମହୋତ୍ସବ ଭାବେ ଘୋଷଣା କରାଯାଇ ପାଳନ କରାଯିବା ଏହାକୁ ବ୍ୟାପକ ଭାବେ ଏବଂ ଜାତୀୟ ସ୍ତରୀୟ କଳାକାରମାନଙ୍କ ସହିତ ରାଜ୍ୟସ୍ତରୀୟ ଓ ଆଞ୍ଚଳିକ କଳାକାରଙ୍କ ଯୋଗଦାନରେ ପାଳନ କରାଯିବା ଏହି ମହୋତ୍ସବ “ପରବ’ ସରକାରୀ ମହାବିଦ୍ୟାଳୟ, ପରିସର ଲାଣ୍ଡିଗୁଡ଼ା, କୋରାପୁଟଠାରେ ଚଳିତ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପ୍ରତ୍ୟହ ଅପରାହ୍ନ ୫ ଘଟିକାଠାରୁ ଆରମ୍ଭ ହେଉଅଛିା ଏହି ଉତ୍ସବରେ ରାଜ୍ୟ ବାହାରୁ ଏବଂ ରାଜ୍ୟର ବିଶିଷ୍ଟ ଲୋକନୃତ୍ୟ ଦଳ ସେମାନଙ୍କର ଚିତ୍ତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରିବୋ ତତ୍ସହିତ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ଲୋକନୃତ୍ୟ ଓ ଜନଜାତି ନୃତ୍ୟ ଦଳ ଏହି ଉତ୍ସବରେ ଅଂଶଗ୍ରହଣ କରି ସେମାନଙ୍କର ନୃତ୍ୟ ପରିବେଷଣ କରିବୋ ଜନଜାତି ସଂସ୍କୃତି ଓଡ଼ିଶାର ସଂସ୍କୃତିର ପ୍ରମୁଖ ଧାରା ଭାବେ ପରିଗଣିତ ହେଉଛିା
ଏହି “ପରବ’ ଉତ୍ସବ ଅବସରରେ ଓଡ଼ିଶାର ସଂସ୍କୃତି ବିଶେଷ କରି ଜନଜାତି ସଂସ୍କୃତିକୁ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପରିବେଷଣ କରି ଏହାର ପ୍ରଚାରପ୍ରସାର କରିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଅନନ୍ୟ ଉଦ୍ୟମା