ଭୁବନେଶ୍ୱର, ୨୩/୧୧/୨୦୨୩ : ରାଜ୍ୟର ପାନଚାଷୀମାନଙ୍କୁ ରାଜ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛିା ଅତି କମ୍ରେ ୨୦୦ ବର୍ଗମିଟର ପରିଧିରେ ପାନବରଜ କରିଥିବା ଚାଷୀମାନେ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବୋ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏଥି ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତିା
ପାନବରଜ କରିଥିବା ଚାଷୀମାନଙ୍କୁ ଏହାର ପରିଚାଳନା ପାଇଁୟୁନିଟ୍ ପିଛା ୨୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ଜଣେ ଚାଷୀଙ୍କୁ ସର୍ବାଧିକ ଦୁଇଟିୟୁନିଟ୍ ପାଇଁ ଏହି ସହାୟତା ମିଳିବା ଏଥି ସହିତ ପାନଚାଷ ପାଇଁ କିଷାନ୍ କ୍ରେଡିଟ୍ କାର୍ଡ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନାସୁଧରେ ଋଣ ଯୋଗାଇ ଦିଆଯିବା ପାନପତ୍ର ଯୋଗାଣ ଉପରେ ଜିଏସ୍ଟି ଲେଭିକୁ ଛାଡ଼ କରାଯାଇଛିା ପାନପତ୍ର ପ୍ରକ୍ରିୟାକରଣୟୁନିଟ୍ଗୁଡ଼ିକ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବ୍ସିଡି ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛିା
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତତ୍କାଳୀନ ୫-“ଟି’ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସଂପର୍କରେ ଆପତ୍ତି ଅଭିଯୋଗ ଆସିଥିଲାା ସେ ସବୁର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମୀକ୍ଷା ବୈଠକରେ ସବୁ ପାନଚାଷୀମାନଙ୍କୁ ରାଜ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲାା