ନୂଆଦିଲ୍ଲୀ : ନଭେମ୍ବର ୮ ତାରିଖ ଦିନ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ତାଲିବନ ସହିତ ସମ୍ବନ୍ଧ କୁ ନେଇ ମୁହଁ ବୁଲେଇଚି ବୋଲି କହିଥିଲା l ପାକିସ୍ତାନ ଔପଚାରିକ ଭାବରେ କାବୁଲ କୁ ଏହି ସୂଚନା ଦେଇଛି ଯେ ସେ କୌଣସି ଅଧିକାର କାବୁଲ ସରକାର ଙ୍କୁ ଅଧିକାର ଦେଇ ନାହିଁ ଯେ ପାକିସ୍ତାନ ର ଆନ୍ତରିଣ ମାମଲାରେ ହସ୍ତକ୍ଷେପ କରିବ l ଏହାକୁ ଦେଖି ଲାଗୁଛି ଯେ ପାକିସ୍ତାନ – ଆଫଗାନିସ୍ତାନ ମଧ୍ୟରେ ସମ୍ବନ୍ଧ ଧୀରେ ଧୀରେ ଖସିବାକୁ ଲାଗିଲାଣି l ଏହା ବର୍ତମାନ୍ ଖୁବ ଗୁରୁତ୍ୱ ରଖୁଛି କାହିଁକି ନା ଅନେକ ଦିନରୁ ପାକିସ୍ତାନ କୁ ଆଫଗାନ ତାଲିବାନି ଙ୍କ ସମର୍ଥ ମିଳି ଆସୁଥିଲା ଏବଂ ତାଲିବାନି ଙ୍କୁ ମଧ୍ୟ ଅଫଗାନିସ୍ତାନ ରେ ଅସରଫ ଗୋନି ସରକାର କୁ ୨୦୨୧, ରେ ହଟାଇବାରେ ସାହାଯ୍ୟ କରିଥିଲା l ଯେତେବେଳେ ଅଫଗାନିସ୍ତାନ ଉପରେ ତାଲିବନ୍ କବ୍ଜା କରିଥିଲା ଏହାକୁ ପାକିସ୍ତାନ ଅଫଗନିସ୍ତାନ ର ବିଜୟ ବୋଲି କହିଥିଲା l ଯାହାକି ଭାରତ ସମେତ ଅନେକ ଦେଶ ଗୋଟିଏ ଦୁର୍ଭାଗ୍ୟ ବୋଲି ଦର୍ଶାଇ ଥିଲେ l
ପାକିସ୍ତାନ ଓ ଅଫଗାନିସ୍ତାନ ମନୋମାଳିନ୍ୟ ଭିତର ର ମୁଖ୍ୟ କାରଣ ହେଲା ପାକିସ୍ତାନ ୧୭ ଲକ୍ଷ ଅଫଗାନ ଅପ୍ରବାସୀ ଙ୍କୁ ଦେଶ ରୁ ବାହାର କରିବା ପାଇଁ ଜୋରେ କାର୍ଯ୍ୟକ୍ରମ ଆରମ୍ଭ କରିଛି l ସର୍ବ ପ୍ରଥମେ ଏହି ଅପ୍ରବାସୀ ମାନଙ୍କୁ ସିଧାସଳଖ ଭାବରେ ଦାୟୀ କରିଛ ପାକିସ୍ତାନ l ସର୍ବ ପ୍ରଥମେ ପାକିସ୍ତାନ ସରକାର ଙ୍କ ପକ୍ଷରୁ ନଭେମ୍ବର ୧ ତାରିଖ ସୁଧା ପାକିସ୍ତାନ ଛାଡିବା ପାଇଁ ନିର୍ଦେଶ ଦିଆ ଯାଇଥିଲା l ଏବଂ ଚେତାବନୀ ଦିଆଯାଇ ଥିଲା ଯେ ଯଦି ସେମାନଙ୍କୁ ଏହି ସମୟ ସୀମା ପରେ ଦେଖାଯିବ ତେବେ ଗିରଫ କରାଯାଇ ଅଫଗନିସ୍ତାନ ରେ ଛାଡି ଦିଆଯିବ l ପୂର୍ବରୁ ଦୂରଂଡୁ ଲାଇନ କୁ ନେଇ ୨ ଦେଶ ମଧ୍ୟରେ ଉତେଜନା ଦେଖା ଦେଇଥିଲା l କିନ୍ତୁ ବର୍ତ୍ତମାନ ଆଫଗାନିସ୍ତାନ ପାସ୍ତୁନିସ୍ଥାନ କୁ ନେଇ ସ୍ୱର ଉଠାଉଛି l ଯାହାକି ବର୍ତମାନ ପାକିସ୍ତାନ ପାଇଁ ଚିନ୍ତା ଓ ଭୟର କାରଣ ହୋଇଛି l ପାକିସ୍ତାନ ଭାବୁଛି ଯେ ଦିନେ ଭାରତର ହସ୍ତକ୍ଷେପ ଯୋଗୁଁ ବାଙ୍ଗଲାଦେଶ ପାକିସ୍ତାନ ରୁ ଅଲଗା ହୋଇ ଗୋଟିଏ ଦେଶ ଭାବରେ ପରିଚିତ ପାଇଥିଲା , ସେହି ଭୟରେ ବର୍ତମାନ ପୁନର୍ବାର ପକିସ୍ତାନ ଚିନ୍ତିତ l