ନୂଆପଡ଼ା -୨୦/୧୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ସିନାପାଲି ବ୍ଲକ ଅନତର୍ଗତ ଲିଆଡ ସ୍ଥିତ ପ୍ରାକୃତିକ ପରିବେଶ ମଧ୍ୟରେ ଉପରୋକ୍ତ ବ୍ଲକ ର ସମସ୍ତ ହାଇସ୍କୁଲ ବିଜ୍ଞାନ ଶିକ୍ଷକଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସିନାପାଲି ବିଜ୍ଞାନ ଫୋରମର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ଏ ଅବସରରେ ବ୍ଲକ ସଂଯୋଜକ ସତ୍ୟବାନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ତୁଳସୀରାମ ମେହେର ଏବଂ ଧବଳେଶ୍ବର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ମନୋରଞ୍ଜନ ମେହେର ସଂଯୋଜନା କରିଥିବା ବେଳେ ସଭାରେ ଶିକ୍ଷକ କୈଳାସ ଚନ୍ଦ୍ର ଦାସ, ସୁରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଜ୍ଞାନ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ କିପରି ଉତ୍ତମ ଶିକ୍ଷା ପ୍ରଦାନ କରାଯାଇପାରିବ ସେନେଇ ଆଲୋଚନା ହେବା ସହ ବରିଷ୍ଠ ଶିକ୍ଷକମାନେ ମାର୍ଗଦର୍ଶନ କରିଥିଲେ ।