Odisha news

କାହିଁକି ସୁନା ହାତରେ ଧାରଣ କରାଯାଏ ? ଯାହାଦ୍ୱାରା ଦୂର ହୋଇଥାଏ ଜୀବନରୁ ନକାରାତ୍ମକ ଶକ୍ତିର ପ୍ରଭାବ

0

ଗୁରୁ ଗ୍ରହ ସମ୍ବନ୍ଧିତ ଧାତୁ ହେଉଛି ସୁନା, ଏହା କେବଳ ଶରୀରକୁ ଶୁଦ୍ଧତା ପ୍ରଦାନ କରି ନଥାଏ ବରଂ ଗୋଟିଏ ରତ୍ନ ଭଳି ଅନେକ ରାଶିକୁ ଲାଭ ପ୍ରଦାନ କରିଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଙ୍ଗୁଳି ରେ ସୁନା ମୁଦୀ ଧାରଣ କରିବା ଦ୍ୱାରା ଶାସ୍ତ୍ରଗତ ଦୃଷ୍ଟିରୁ ଅନେକ ଲାଭ ମିଳିଥାଏ l କିନ୍ତୁ ହାତରେ ଯେବେବି ସୁନା ଧାରଣ କରୁଛନ୍ତି ତାହାକୁ ହଳଦୀ ପାଣିରେ ବୁଡାଇ ଧାରଣ କରିବା ଆବଶ୍ୟକ l ଯାହାଦ୍ୱାରା ଗୁରୁ ଗ୍ରହ ଙ୍କର ଭଲ ପ୍ରଭାବ ପଡିଥାଏ l

– ସୁନା ମୁଦି ଧନ ଓ ମାନ – ସମ୍ମାନ ଲାଭ କରାଇଥାଏ l ଏହା ସହିତ ମାନ୍ୟତା ରହିଛି ସୁନା ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଖୁସି ଓ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ଦାମ୍ପତ୍ୟ ଜୀବନ ରେ ଆସୁଥିବା ସମସ୍ତ ବିପଦ ର ବିନାଶ ହୋଇଥାଏ l

– ରତ୍ନ ଶାସ୍ତ୍ର ଅନୁସାରେ ହାତରେ ସୁନାର ମୁଦି ଧାରଣ କରିବା ଦ୍ୱାରା ଗ୍ରହ ଦୋଷ ଦୂର ହୋଇଥାଏ l ଏହାକୁ ଗୋଟିଏ ମହତ୍ଵପୁର୍ଣ ଧାତୁ ଭାବରେ ଗ୍ରହଣ କରାଯାଇ ଥାଏ l

– ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି ଯେ ରତ୍ନ ଓ ସୁନା ଆଦି ଧାତୁ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l ଆଙ୍ଗୁଳି ରେ ଧାରଣ କରିବା ଦ୍ୱାରା ମାନ- ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ କ୍ୟାରିଅର ରେ ଭଲ ଫଳ ପ୍ରାପ୍ତି ହୁଏ l

– ଯଦି ବୈବାହିକ ଜୀବନ ରେ ସର୍ବଦା ମନୋମାଳିନ୍ୟ ଘଟୁଛି ତେବେ ଅନାମିକା ଆଙ୍ଗୁଳି ରେ ସୁନା ଧାରଣ କରିବାଦ୍ୱାରା ଲାଭ ମିଳିଥାଏ l ଏହାଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି ହୁଏ ଓ ସନ୍ତାନ ପ୍ରାପ୍ତି ହୋଇଥାଏ l

– ଆଙ୍ଗୁଳି ରେ ସୁନା ମୁଦି ଧାରଣ କରିବା ଦ୍ୱାରା ଋଣ ମୁକ୍ତି ଜୀବନ ହୋଇଥାଏ l ଆୟ ର ନୂଆ ରାସ୍ତା ଖୋଲିଥାଏ l ଗୁରୁ ଗ୍ରହ ଙ୍କ ଭଲ ପରିଣାମ ମିଳିବା ସହିତ ଜୀବନ ସୁଖମୟ ହୋଇଥାଏ l

– ଆଙ୍ଗୁଳି ରେ ସୁନା ଧାରଣ କରିବା ଦ୍ୱାରା ମସ୍ତିଷ୍କ କୁ ଉର୍ଜା ମିଳିଥାଏ ଓ ଜୀବନ ରେ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ l ସୁନା ଅଗ୍ନି ତତ୍ୱ ସହିତ ମଧ୍ୟ ଜଡିତ ତେଣୁ ମସ୍ତିଷ୍କ ଓ ଶରୀର ଉପରେ ଭଲ ପ୍ରଭାବ ପଡିଥାଏ l

– ସୁନା ଗୋଟିଏ ଏଭଳି ଧାତୁ ଯାହାକୁ ଧନର ପ୍ରଭାବ ସହିତ ଯୋଡି ଦେଖାଯାଇ ଥାଏ l ତେଣୁ ସୁନା ହାତରେ ଧାରଣ କରିବା ଦ୍ୱାରା ବିତିୟ ସମୃଦ୍ଧି ଓ ସଫଳତା ଆଡକୁ ଆକର୍ଷିତ କରିଥାଏ l

Leave A Reply