Odisha news

ଆକାଶ ଦୀପରୁ ଅଗ୍ନିକାଣ୍ଡ, ଜଳିଗଳା ଟେଣ୍ଟ ହାଉସ

0

ବାରିପଦା : ପବିତ୍ର ଦୀପାବଳୀରେ ବାରିପଦା ସହରରେ ଥିବା ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ଘଟି ଛାରଖାର ହୋଇଯାଇଛି ଟେଣ୍ଟ ହାଉସ । ଘଟଣାରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ସମସ୍ତେ ଦୀପାବଳୀ ପର୍ବକୁ ପାଳନ କରିବା ପାଇଁ ଆତସବାଜୀ ବାଣ ଫୁଟାଇ ବିଭିନ୍ନ ପ୍ରକାରର ବାଣ ସାମଗ୍ରୀରେ ଦୀପାବଳୀ ମନାଉଥିବାବେଳେ ଏକ ଆକାଶ ଦୀପଟି ଆକାଶରେ ଉଡି ବୁଲୁଥିବାବେଳେ ହଠାତ୍ ଆକାଶ ଦୀପଟି ବାରିପଦା ସହର କାଳିମନ୍ଦିର ସାହିରେ ଥିବା ଟେଣ୍ଟ ହାଉସ ଗୋଦାମ ଉପରେ ପଡିଥିଲା । ଯାହାକୁ ନେଇ ଅଗ୍ନି ସଂଯୋଗ ହୋଇଥିବାବେଳେ ଧିରେ ଧିରେ ନିଅାଁ ବ୍ୟାପିବା ସହ ଭୟାବହ ଅଗ୍ନିକାଣ୍ଡ ରୂପ ନେଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ତିନୋଟି ଦମକଳ ବାହିନୀ ସହାୟତାରେ ନିଅାଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟେଣ୍ଟ ହାଉସ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିଲା ।

Govt
Leave A Reply