Odisha news

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ : ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନା ତରଫରୁ 90 ଜଣ ଛାତ୍ରୀଙ୍କୁ ପୋଷାକ ବିତରଣ

0

6.11.23(ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) : ରିଖ ସୋମବାର ଦିନ ସ୍ଥାନୀୟ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ,ବି ଡି ପୁର ଠାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ ମୁଖ୍ୟ ମନ୍ତ୍ରୀ ପୋଷାକ ପରିଧାନ ଯୋଜନା ତରଫରୁ 90 ଜଣ ଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା। ଉକ୍ତ ସଭାରେ ବିଦ୍ୟାଳୟର ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ଯୁକ୍ତ ବିପ୍ର ଚରଣ ବାରିକ ଅତିଥି ଭାବେ ଯୋଗ ଦେଇ ଥିଲେ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସଭା ସଂଯୋଜନା କରିଥିଲେ, ଏହା କଳା ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ସାହୁ ଗଣିତ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ, ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା ପାଳ ଏବଂ ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା କୁମାରୀ ରଥ ପ୍ରମୁଖ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରି ଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ସଭାପତି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ।

Nalco
Leave A Reply