Odisha news

କାର୍ତିକ ମାସରେ ଏହିସବୁ କାର୍ଯ୍ୟକୁ ଭୁଲ ରେ ସୁଧା କରନ୍ତୁ ନାହିଁ, ନଚେତ ଜୀବନ ରେ ଦେଖାଦେବ ଦରିଦ୍ରତା ଓ ଆସିବ ବାଧାବିଘ୍ନ

0

କାର୍ତିକ ମାସ ହେଉଛି ଧର୍ମର ମାସ, ଏହି ମାସଟିର ଅନେକ ଧାର୍ମିକ ମାନ୍ୟତା ରହିଛି l ଶାସ୍ତ୍ର ଅନୁସାରେ ଏହି ମାସରେ ଉଭୟ ଶ୍ରୀହରୀ ବିଷ୍ଣୁ ଓ ମହାଦେବଙ୍କ କୃପା ଲାଭ ହୋଇଥାଏ l ତେଣୁ ଏହି ମାସରେ କିଛିଟା ବିଶେଷ ନିୟମ ରହିଛି ଯାହାକୁ ନିହାତି ପାଳନ କରିବା ଜରୁରୀ l ତେଣୁ କିଛିଟା ନିୟମ ରହିଛି ଯାହାକୁ କଦାପି ଅଣଦେଖା କରନ୍ତୁ ନାହିଁ l

– କାର୍ତିକ ମାସରେ କଦାପି ମାଛ-ମାଂସ ଇତ୍ୟାଦି ଆମିଷ ଭୋଜନ କରିବା ଉଚିତ ନୁହେଁ l ବିଜ୍ଞାନ ଦୃଷ୍ଟିରୁ ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ l ଏହା ସହିତ ଧର୍ମର ମାସ କାର୍ତିକ ରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଆର୍ଥିକ ଅନାଟନ ସମସ୍ୟା ଦେଖା ଯାଇଥାଏ l

– କାର୍ତିକ ମାସ ରେ କେବଳ ନରକ ଚତୁର୍ଦଶୀ ଦିନଟିକୁ ଛାଡି ଅନ୍ୟ ସମସ୍ତ ଦିନ ତେଲ ବର୍ଜିତ ଅଟେ l କାହିଁକି ନା ତେଲ କୁ ଗୋଟିଏ ଅଶୁଭ ଜିନିଷ ଭାବରେ ଗ୍ରହଣ କରାଯାଇ ଥାଏ ତେଣୁ ଏହି ମାସରେ ତେଲ ବର୍ଜିତ ଅଟେ l

– କାର୍ତିକ ମାସରେ ଗଛ କାଟିବା ବର୍ଜନୀୟ ଅଟେ l କାହିଁକି ନ ଗଛ ପୂଜନୀୟ ଅଟେ l ଗଛ କାଟିବା ଦ୍ୱାରା ତ୍ରୀନାଥ ଦେବତା ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏହି ମାସରେ ତୁଳସୀ, ଅଁଳା, ଓସ୍ତ, ବର, ଲିମ୍ବ ପ୍ରଭୃତି ଗଛ ଲଗାଇବା ଶୁଭ ହୋଇଥାଏ l

– ଧର୍ମର ମାସ କାର୍ତିକ ରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଖୁବ ଜରୁରୀ ଅଟେ l ଏହି ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରିବା ଦ୍ୱାରା ଜୀବନ ରେ ସୁଖ-ଶାନ୍ତି ଓ ସମୃଦ୍ଧିର ଆଗମନ ହୋଇଥାଏ l

Leave A Reply