ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଦିଲ୍ଲୀରୁ ଓଡିଶା ଫେରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତାରମଣଙ୍କ ଉଦ୍ୟମକୁ ଅଞ୍ଚଳବାସୀଙ୍କ ପ୍ରଶଂସା
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମରୁ ଗତ ୨୦୨୧ ମସିହା ଜାନୁଆରୀ ୧୧ ତାରିଖ ରାତିରେ ଚୋରି ହୋଇଥିବା ଅଷ୍ଟଧାତୁ ନିର୍ମିତ ମା’କୋଟ୍ରାକ୍ଷୀଙ୍କ ପ୍ରାଚୀନ ତଥା ଦୁର୍ଲଭ ମୂର୍ତି ଦିଲ୍ଲୀରୁ ଏଠାକୁ ଫେରାଇ ଆଣିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତାରମଣଙ୍କ ଉଦ୍ୟମ ଓ ଆନ୍ତରିକ ସହଯୋଗକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି! ମା’ଙ୍କ ମୂର୍ତ୍ତି ଚୋରି ଯିବାପରେ ବଡଚଣା ଥାନାରେ ୨୦୨୧ ମସିହା ଜାନୁଆରୀ ୧୨ ତାରିଖରେ ୧୪/୨୦୨୧ ନମ୍ବରରେ ଏକ ମାମଲା ପଞ୍ଜିକରଣ କରି ପୋଲିସ ତଦନ୍ତ କରିଥିଲା! ତତ୍କାଳୀନ ଯାଜପୁର ଏସପି ରାହୁଲ ପିଆର ଦୁଇ ଦୁଇଥର ଘଟଣା ସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ! ହେଲେ ଦୀର୍ଘ ଦୁଇବର୍ଷ ବିତିଯିବା ପରେ ମଧ୍ୟ ପୋଲିକୁ ଚୋରି ମୂର୍ତ୍ତି ବା ଲୁଟେରା ମାନଙ୍କର କୌଣସି ସନ୍ଧାନ ମିଳିନଥିଲା! ଯାହାକୁନେଇ ସମଗ୍ର ଅଞ୍ଚଳର ଜନସାଧାରଣ, ଶ୍ରଦ୍ଧାଳୁ, ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା! ଏପରିକି ଗ୍ରାମବାସୀମାନେ ମା’ଙ୍କ ମୂର୍ତ୍ତି ଉଦ୍ଧାର ଦାବିରେ ମନ୍ଦିର ନିକଟରେ ଧାରଣାରେ ବସିଥିଲେ! ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହେବାସହ ଏହା ରାଜ୍ୟସାରା ଚର୍ଚ୍ଚା ହୋଇଥିଲା! ତେବେ ଏତିକି ବେଳେ ଲୁଟେରାମାନେ ବେନାମୀ କାଗଜପତ୍ରରେ ମା’କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ବିଦେଶକୁ ଚାଲାଣ କରିବା ସମୟରେ ତାହା ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ଅଧିକାରୀ ମାନଙ୍କ ଦ୍ୱାରା ଗତ ୨୦୨୨ ମସିହା ନଭେମ୍ବର ମାସରେ ଜବତ ହୋଇଥିଲା! ମୂର୍ତ୍ତି ଜବତପରେ ତାହା ଏଠାକୁ ଫେରିବ ବୋଲି ପୋଲିସ ଓ ପ୍ରଶାସନ ସେତେବେଳେ କହିଥିଲେ ମଧ୍ୟ ଦୀର୍ଘଦିନ ବିତିବା ପରେ ବି ମୂର୍ତ୍ତି ଫେରି ନଥିଲା! ଯାହାକୁନେଇ ଶ୍ରଦ୍ଧାଳୁ ମାନଙ୍କ ଧର୍ମିୟ ଭାବାବେଗକୁ ଏହା ଆଘାତ ଦେଇଥିଲା! ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପ୍ରତିକ୍ରିୟାକୁ ଲକ୍ଷ କରି ବଡଚଣା ବିଜେପି ନେତା ଅମର ନାୟକ ଗତ ଜୁଲାଇ ମାସରେ ଦିଲ୍ଲୀଯାଇ ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାକ୍ଷାତ କରିବାସହ ମା’ଙ୍କ ମୂର୍ତ୍ତି ଓଡିଶା ଫେରିବା ନେଇ ସହଯୋଗ କରିବାକୁ ଅନୁରୋଧ କରିଥିଲେ! ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୨୦୨୩ ଜୁଲାଇ ୧୪ ତାରିଖରେ କଷ୍ଟମ ଅଧିକାରୀଙ୍କ ଦ୍ୱାରା ଜବତ ହୋଇ ଦିଲ୍ଲୀ ବିମାନବନ୍ଦରରେ ପଡିରହିଥିବା ମା’ଙ୍କମୂର୍ତ୍ତିକୁ ଫେରାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ! ଏ ସମ୍ପର୍କରେ ତତକ୍ଷଣାତ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀତାରମଣ ଅନୁସନ୍ଧାନ କରିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେଥିଲେ! ତାଙ୍କ ନିର୍ଦ୍ଦେଶରେ କଷ୍ଟମ ବିଭାଗ ଅତିରିକ୍ତ କମିଶନର ଭି ରବିକୁମାର ମୂର୍ତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଦର୍ପଣ ଗ୍ରାମ ଓ ବଡଚଣା ଥାନାକୁଆସି ଅନୁଧ୍ୟାନ କରିବାସହ ଦର୍ପଣ ସରପଞ୍ଚ, ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଶାଖ୍ୟ ଗ୍ରହଣ କରିଥିଲେ ଓ ବଡତଣା ଥାନା ଅଧିକାରୀଙ୍କ ଠାରୁ ରିପୋର୍ଟ ଗ୍ରହଣ କରି ବାପରେ ଜବତ ହୋଇଥିବା ମୂର୍ତ୍ତି ଦର୍ପଣଗଡର ମା’କୋଟ୍ରାକ୍ଷୀଙ୍କର ବୋଲି ରିପୋର୍ଟ ଦେବାସହ ସେହି ମୂର୍ତ୍ତିକୁ ଫେରାଇଦେବା ପାଇଁ କଷ୍ଟମ ବିଭାଗ ଉଚ୍ଚ ଅଧିକାରୀଙ୍କୁ ସୁପାରିଶ କରିଥିଲେ! ଏହି ରିପୋର୍ଟ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସୀତାରମଣ ଚଳିତ ଅଷ୍ଟୋବର ମାସ ୩୧ ତାରିଖରେ ମା’ଙ୍କ ମୂର୍ତ୍ତି ଦର୍ପଣଗଡକୁ ଫେରାଇ ନେବାକୂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିବା ସହ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ମୂର୍ତ୍ତି ଫେରାଇନେବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ! ଯାହାକୁନେଇ ଓଡିଶା ପୋଲିସ ତତ୍ପରତା ପ୍ରକାଶ କରିବାସହ ଡିଜିଙ୍କ ନିର୍ଦ୍ଦେଶରେ ଯାଜପୁର ଏସପି ଭିନିତ ଅଗ୍ରବାଲ ବଡଚଣା ଥାନା ଅଧିକାରୀଙ୍କୁ ଟିମ ପଠାଇ ଦିଲ୍ଲୀରୁ ମାଙ୍କ ମୂର୍ତ୍ତି ଆଣିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି! ତେବେ ଅଢେଇ ବର୍ଷ ଧରି ଯେଉଁ କାମ ହୋଇ ପାରିନଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିର୍ମଳା ସୀତାରମଣଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ତାହା ଦୁଇ ତିନି ମାସ ମଧ୍ୟରେ ସଫଳ ହୋଇଥିବାରୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦର୍ପଣ ଗ୍ରାମବାସୀ, ମାଙ୍କ ଭକ୍ତ ସମାଜ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶଂସା ଓ ଧନ୍ୟବାଦ ଦିଆଯାଇଛି!