Odisha news

ମେଘା ପଞ୍ଚାୟତ ରେ ବିଜୁଜନତା ଦଳ ର ଜନ ସଂପର୍କ ପଦଯାତ୍ରା

0
ଆଠଗଡ଼ ୩୦/୧୦/୨୩ ଆଠଗଡ଼ ବିଜୁଜନତା ଦଳ ପକ୍ଷରୁ ମେଘା ପଞ୍ଚାୟତ ରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯେଉଁ ସବୁ ପଞ୍ଚାୟତ ରେ ପଦଯାତ୍ରା ଅନୁଷ୍ଠିତ ହୋଇନାହିଁ ସେଠାରେ ପଦଯାତ୍ରା କରିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି କରାଯିବା ପରେ ଯୁବ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ଵାଇଁ ଙ୍କ ନେତୃତ୍ବ ରେ ମେଘା ପଞ୍ଚାୟତ ର ଦାସପୁର କଦମପାଟଣା କାଇପୁଡିଆ ଧୁରୁକୁଡିଆ ଗ୍ରାମ ରେ ଶତାଧିକ ସମର୍ଥକ ପଦଯାତ୍ରା କରି ନବୀନ ଓଡ଼ିଶା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ,ମେଘା ସରପଞ୍ଚ ବନମାଳୀ ଦଳେଇ, ସମିତି ସଭ୍ୟ ମାନସ ମଲ୍ଲିକ, ବିପିନ ସ୍ବାଇଁ, ପ୍ରଶାନ୍ତ କୁମାର ସ୍ବାଇଁ,ଦିଲ୍ଲୀପ ସାମଲ, ପ୍ରଶାନ୍ତି ସାମଲ,ଟିକିନା ଦାସ ପ୍ରମୁଖ ନେତୃତ୍ବ ନେଇଥିଲେ।
Ad2
Leave A Reply