Odisha news

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ : ସମଗ୍ର ଅଞ୍ଚଳରେ ଶୋକର ଛାୟା 

0
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପଠାଣ ସାହି ରେ ରହୁଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାମନ୍ତରାୟ ( କାହ୍ନୁ)(୬୪)ଙ୍କ ପରଲୋକ ହୋଇଛି । ଏହି ଖବରପାଇ ଟିକାବାଲି ସମେତ ସମଗ୍ର ଜିଲ୍ଲାରେ  ଶୋକର ଛାୟା ଖେଳି ଯାଇଥିଲା। ସ୍ବର୍ଗତ ସାମନ୍ତରାୟ କଛିଦିନ ହେଲା ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେବା ପରେ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଚିକିତ୍ସାଧିନରେ  ମଧ୍ୟାହ୍ନ ୧୨ଟା ସମୟ ରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସ୍ବର୍ଗତ ସାମନ୍ତରାୟ ଏହି ବ୍ଲକର ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ l  ସେ ଆଖପାଖ ବିଭିନ୍ନ ସ୍କୁଲରେ ଶିକ୍ଷାଦାନ ପ୍ରଦାନ କଲାପରେ ୨୦୦୦ ମସିହାରେ ଅବସର ପ୍ରାପ୍ତ ନେଇଥିଲେ । ସେ ଶିକ୍ଷକତା କରିବା ସହ ଟିକାବାଲି ସମେତ ସମଗ୍ର ଜିଲ୍ଲାରେ କଳା ସଂସ୍କୃତି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,  ହାରମୋନିୟମ ଏବଂ ଗୀତରେ ବେଶ ସୁନାମ ଅର୍ଜନ କରିଥିଲେ। ଟିକାବାଲିର ବାଣିଶ୍ରୀ କଳାନିକେତନ ର କଳାକାର ଭାବରେ ଆଗଧାଡିରେ ରହି ନିଜ କାର୍ଯ୍ୟ ସୁଚାରୁରୂପେ କରି ଆସୁଥିଲେ । ଏତଦ ବ୍ୟତୀତ ଟିକାବାଲି ଅଞ୍ଚଳରେ ବିଭିନ୍ନ ମନ୍ଦିର ଓ ଭାଗବତ ଟୁଙ୍ଗିରେ ମଧ୍ୟ  ପୁରାଣ ଉଚାରଣ କରୁଥିଲେ ସ୍ବର୍ଗତ ସାମନ୍ତରାୟ। ତାଙ୍କର ଏହି ମୃତ୍ୟୁ ବେଳକୁ ପାଖରେ ୪ ଝିଅ , ଜ୍ବାଇଁ  ପୁଅ,  ନାତି ନାତୁଣିଙ୍କ ସମେତ ଅଞ୍ଚଳ ର ସମାଜ ସେବୀ, ଶିକ୍ଷକ ସଂଘ, ଭାଇ, ଭଉଣୀ, ଭଉଣୀ ଜ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ସମାପନ କରିଥିଲେ l
Ad2
Leave A Reply