Odisha news

“ଅମୃତ ବାଟିକା” ଶହିଦ ଯବାନଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ : ମନମୋହନ ସାମଲ

ମାଟିକୁ ନମନ୍,ବୀରଙ୍କୁ ବନ୍ଦନ୍ - ମୋ ମାଟି,ମୋ ଦେଶ କାର୍ଯ୍ୟକ୍ରମ

0

 ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ପଂଚାୟତର ୧୩, ୧୨୮ଗାଁରୁ ମାଠି ସଂଗ୍ରହ କରାଯାଇଛି
 ସଂଗୃହୀତ ସମସ୍ତ ମାଟି କଳସ ଆଜି ଭୁବନେଶ୍ୱରରେ ପହଂଚିବ
 ଆସନ୍ତା କାଲି ୨୮ ତାରିଖ ସକାଳ ୮ଟାରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯବାନଙ୍କ ଘରୁ ସଂଗୃହିତ ମାଟି କଳସକୁ ନେଇ ୬୧୧ଜଣ ବିଜେପି କାର୍ଯ୍ୟକର୍ତା ଦିଲ୍ଲୀ ଯିବେ
 ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉଦ୍ଧ୍ୱର୍ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ତା.୨୭/୧୦: ‘ମାଟିକୁ ନମନ୍–ବୀରଙ୍କୁ ବନ୍ଦନ୍’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଶହୀଦ ବୀର ଓ ଯବାନ”ମାନଙ୍କୁ ସମ୍ମାନ ଜଣାଇ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଅଛି । ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି । ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉଦ୍ଧ୍ୱର୍ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଦଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ “ଅମୃତ ବାଟିକା” ଭବ୍ୟଢଙ୍ଗରେ ନିର୍ମାଣ କରାଯିବ । ଏହା ୧୪୦କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ । ଦେଶ ତଥା ଆମ ପାଇଁ ଅହରହ ସଂଗ୍ରାମ କରୁଥିବା ଯବାନଙ୍କ ପାଇଁ “ଅମୃତ ବାଟିକା” ଶହିଦ ଯବାନଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପାଇଁ ପ୍ରଥମେ ଫାଶି ପାଇଥିବା ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ (ବିରହରେକୃଷ୍ଣପୁର)ପୁରୀକୁ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଟି ସଂଗ୍ରହ କରିଥିଲେ । ସେହିପରି ନେତାଜୀ ସୁବାଷ ଚନ୍ଦ୍ର ବୋଷ, ବୀର ସୁରେନ୍ଦ୍ର ସାଏ, ଉକôଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ର, ବାଂଛାନିଧି ମହାନ୍ତି, ମହେନ୍ଦ୍ର ସିଂ ମାଝୀ ମାନ୍ଧାତା, ଚକରା ବିଶୋଇ, ହରେକୃଷ୍ଣ ମହାତାବ, ଭୀମ ଭୋଇ, ବାଜି ରାଉତ, ଫକୀର ମୋହନ ସେନାପତି, ରକ୍ତତୀର୍ଥ ଇରମରୁ “କଳସରେ ମାଟି ସଂଗ୍ରହ” କରାଯାଇଛି । ଏହି ଅବସରରେ ଚୀନ, ପାକିସ୍ଥାନ ଓ ବାଙ୍ଗଲାଦେଶ ଇତ୍ୟାଦି ଯୁଦ୍ଧରେ ଦେଶପାଇଁ ଯେଉଁ ଯବାନମାନେ ଜୀବନ ଦେଇଛନ୍ତି ସେମାନଙ୍କ ପରିବାରକୁ ସମ୍ମାନ ଜଣାଯିବା ସହ ତାଙ୍କ ଘରୁ ମାଟି ସଂଗ୍ରହ, ସମାଧିରେ ପୁଷ୍ପ ଅର୍ପଣ ଓ ସେ ଅଂଚଳରେ ଶପଥପାଠ ଓ ବୃକ୍ଷରୋପଣ କରାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
“ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅନୁରାଗ ଠାକୁର, ଧର୍ମେନ୍ଦ୍ର ପ୍ରଧାନ, ନିତ୍ୟାନନ୍ଦ ରାୟ, ଦର୍ଶନା ଜରଦୋଶ, ବିଶେଶ୍ୱର ଟୁଡୁ ପ୍ରମୁଖଙ୍କ ସମେତ ଭାରତୀୟ ଜନତା ପାର୍ଟିର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତାମାନେ ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ପଂଚାୟତର ୧୩, ୧୨୮ଗାଁରୁ ମାଠି ସଂଗ୍ରହ କରାଯାଇଛି । ସଂଗୃହୀତ ସମସ୍ତ ମାଟି କଳସ ଆଜି ରାତି ସୁଦ୍ଧା ଭୁବନେଶ୍ୱରରେ ପହଂଚିବ । ଏହି ଅବସରରେ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ମାଟି କଳସକୁ ସ୍ୱାଗତ କରିବା ସହିତ ଶହୀଦ ଯବାନଙ୍କ ପରିବାରକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଆସନ୍ତା କାଲି ୨୮ ତାରିଖ ସକାଳ ୮ଟାରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯବାନଙ୍କ ଘରୁ ସଂଗୃହିତ ମାଟି କଳସକୁ ନେଇ ୬୧୧ଜଣ ବିଜେପି କାର୍ଯ୍ୟକର୍ତା ଦିଲ୍ଲୀ ଯିବେ । ଏହି କଳସ ଶୋଭାଯାତ୍ରା (ରାମମନ୍ଦିରଠାରୁ ରେଳଷ୍ଟେସନ)ରେ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଡି ହୋଇ ‘ମାଟି କଳସ’କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅନୁରୋଧ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ସୀମାଚଂଳ ଖଟେଇ, ପୂର୍ବତନ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଂଟିଆ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply