Odisha news

ଚାଷୀ ର ଆୟ ବୃଦ୍ଧି ପାଇଁ ପରିବା ଚାଷ ଉପରେ ଗୁରୁତ୍ବ ଦିଆଯିବ

0
ବାଲିପାଟଣା ତା ୨୧/୧୦ :  ଆଜି ପୂର୍ବାହ୍ନରେ ଶିଶୁ ଅନନ୍ତ ପୀଠ ପରିସରରେ ମାର୍ଟ ଗ୍ଲୋବାଲ ମ୍ୟାନେଜମେଣ୍ଟ ସଲୁସନ୍ ଆନୁକୁଲ୍ୟରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଯୋଗଦେଇ ଗ୍ରାମର ଚାଷୀ ମାନଙ୍କର ଆର୍ଥିକ ଅବସ୍ଥା ଆସ୍ତେ ଆସ୍ତେ ପରିବର୍ତନ ହେଉଛି ଏବଂ ସେମାନଙ୍କୁ ସହଯୋଗ କଲେ ସେମାନେ ଅଧିକ ଦ୍ରୁତ ଗତିରେ ଦେଶର ଅଭିବୃଦ୍ଧି ରେ ସହଯୋଗ କରିପାରିବେ।ଚାଷ ଜମିର ଉତ୍ପାଦନ କ୍ଷମତା ରହିଛି କିନ୍ତୁ ତାର ସଠିକ ଉପଯୋଗ ହେଉନାହିଁ।ତେଣୁ ଏହି ନୂତନ ଯୋଜନା ଯାହା ଷ୍ଟେଟ ବ୍ୟାଙ୍କ ଫାଉଣ୍ଡେସନ ସହଯୋଗରେ ଆରମ୍ଭ ହୋଇଛି, ତାହା ନିଶ୍ଚୟ ଅନେକ ଚାଷୀଙ୍କୁ ଉପକୃତ କରିବ।ସମ୍ମାନିତ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ପରିଚାଳନା ନିର୍ଦ୍ଦେଶକ ସଂଜୟ ପ୍ରକାଶ କହିଥିଲେ କି ଏହି ଯୋଜନା ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି।ଏଥିରେ ବ୍ୟାଙ୍କ୍ ସମ୍ପୂର୍ଣ ସହଯୋଗ କରିବ। ଷ୍ଟେଟ ବ୍ୟାଙ୍କ୍ ର ଓଡ଼ିଶା ମୁଖ୍ୟ ଉତ୍ତମ ହଜରା ଚୌଧୁରୀ କହିଥିଲେ ଯେ ଚାଷୀ ଯୋଗୁଁ ଆମକୁ ଖାଦ୍ୟ ମିଳୁଚି।ତେଣୁ ସେମାନଙ୍କୁ ଉତ୍ତମ ବିପଣନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ଆବଶ୍ୟକ।ପ୍ରାରମ୍ଭରେ ମାର୍ଟ ର ଆଞ୍ଚଳିକ ମୁଖ୍ୟ ରମେଶ ଚନ୍ଦ୍ର ଜେନା ଯୋଜନାର ସବିଶେଷ ବିବରଣୀ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅମନ୍ ଭାଇ,ଶୈଳେଶ ଭଟ୍,ବିକାଶ ଜେନା ଓ ଷ୍ଟେଟ ବ୍ୟାଙ୍କ ଅଧିକାରୀ ପ୍ରମୁଖ ମତ ରଖିଥିଲେ।କାର୍ଯ୍ୟକ୍ରମ ରେ  ବାଲିପାଟଣା ବାଲିଅନ୍ତା ବ୍ଲକ ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଗତ ୨୫ ଗୋଟି ଗ୍ରାମର ୫୦୦ ଚାଷୀ ପରିବାର ଅନ୍ତର୍ଭୁକ୍ତ ହୋଇ ଲାଭବାନ ହେବେ।ସେମାନଙ୍କୁ ସମସ୍ତ ବୈଷୟିକ ଜ୍ଞାନ କୌଶଳ ସହିତ ରିହାତି ମୂଲ୍ୟରେ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବ। ଅତିଥି ମାନେ ସଭାକୁ ଆସିବା ପୂର୍ବରୁ ମଧୁବନ ଛକ ଠାରେ ଏହାର କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ।କୃଷକ ଉତ୍ପାଦନ ସଂଗଠନ ର କର୍ମକର୍ତ୍ତା ମାନେ କାଳନ୍ଦୀ ବେହେରା ଙ୍କ ନେତୃତ୍ୱରେ ସହଯୋଗ କରିଥିଲେ।
Leave A Reply