ହିନ୍ଦୁ ଧର୍ମ ରେ ଗୁରୁବାର ଦିନ ଟି ମାତା ଲକ୍ଷ୍ମୀ ଓ ବୃହସ୍ପତି ଙ୍କୁ ସମର୍ପିତ ଅଟେ l ଏହି ଦିନଟି ର ଖୁବ ମାନ୍ୟତା ରହିଛି l ଧର୍ମ ଶାସ୍ତ୍ର ଅନୁସାରେ ଏହିଦିନ କିଛଟା କାର୍ଯ୍ୟ କୁ କରିବା ସମ୍ପୂର୍ଣ ବର୍ଜନୀୟ ଅଟେ l ମାନ୍ୟତା ଅନୁସାରେ ଏହି କାର୍ଯ୍ୟ କୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ରହି ଥାଆନ୍ତି l ଆଜି ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁସବୁ କାର୍ଯ୍ୟ କରିବା ଉଚିତ ନୁହେଁ l
* ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ମହିଳା ମାନେ କେଶ ଧୋଇବା ଦ୍ୱାରା ତାଙ୍କର ଗୁରୁ ଗ୍ରହ ବା ବୃହସ୍ପତି ଗ୍ରହ ଦୁର୍ବଳ ରହି ଥାଆନ୍ତି l ଏହାଦ୍ୱାରା ସ୍ୱାମୀ ଓ ସନ୍ତାନ ଙ୍କ ଉନ୍ନତି ରେ ବାଧା ଆସିଥାଏ l
* ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ କଦାପି ଗୁରୁବାର ଦିନ କଦାପି ନଖ କାଟିବା ଉଚିତ ନୁହେଁ l ମାନ୍ୟତା ରହିଛି ହିନ୍ଦୁ ଧର୍ମରେ ନଖ ଗୁରୁବାର ଦିନ କାଟିବା ଦ୍ୱାରା ଜୀବନ ରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ l
* ମାନ୍ୟତା ଅନୁସାରେ ଗୁରୁବାର ଦିନ ଘର ପୋଛିବା ଉଚିତ ନୁହେଁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ରହି ଥାଆନ୍ତି l ଏବଂ ଧନ ଅର୍ଜନ ରେ ବାଧକ ଆସିଥାଏ l
* ଗୁରୁବାର ଦିନ କଦାପି ଘରୁ କୌଣସି ଭଙ୍ଗା ଜିନିଷ କାଢି ଫିଙ୍ଗିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ମିଳିବାରେ ବାଧା ସୃଷ୍ଟି ହୋଇଥାଏ l
* ମା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ପତ୍ନୀ ଅଟନ୍ତି l ତେଣୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ନାରୀ ଙ୍କ ର ଅପମାନ କରିବା ଉଚିତ ନୁହେଁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l