ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ବ୍ରହ୍ମପୁର ସର୍କିଟ ହାଉସ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ,ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ,ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି,ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ପଦାଧିକାରୀ,ପ୍ରଭାରୀ ଏବଂ ସଂଯୋଜକ ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ “ସାଙ୍ଗଠନିକ ବୈଠକ” ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସାମଲ ଜିଲ୍ଲାରେ ପ୍ରତ୍ୟେକ ବୁଥ୍ କମିଟି ଗଠନ କରିବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ସୁଦ୍ଧା “ମୋ’ ମାଟି ମୋ’ ଦେଶ” କାର୍ଯ୍ୟକ୍ରମ ବୁଥ୍ ସ୍ତରରେ କରିବାକୁ କହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ବିନୋଦ ମିଶ୍ର,ରାମ କୁମାର ପାତ୍ର,ରଶ୍ମିରାଣୀ ମହାପାତ୍ର,ପରେଶ ରଥ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ଏଲ୍.ମୋହନ ଦାସ,ସୁଶିଳା ମଲ୍ଲିକ,ଲକ୍ଷ୍ମୀ ଚରଣ ପଣ୍ଡା,ଭୀମସେନ ବେହେରା,ବାଳକୃଷ୍ଣ ସାମନ୍ତରା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ନାୟକ,ବିଧାନସଭା ପ୍ରଭାରୀ କାମନା ପାଢ଼ୀ,ରାଜେଶ କୁମାର ସାହୁ,ରାମ ପ୍ରସାଦ ସାମଲ,ବସନ୍ତ ବେହେରା,ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଶ୍ରୀକାନ୍ତ ପାଢ଼ୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ବୈଠକ ପୂର୍ବରୁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ,ଗରିବ କଲ୍ୟାଣ ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସର ବରିଷ୍ଠ ନାରୀ ନେତ୍ରୀ ତଥା ବ୍ରହ୍ମପୁର ମହାନଗର ନିଗମ ୨୧ ନଂ ଓ୍ୱାର୍ଡ଼ରୁ କଂଗ୍ରେସ କର୍ପୋରେଟର ପ୍ରାର୍ଥୀନୀ ଏସ୍.ରାଣୀ ତାଙ୍କ ବହୁ ସମର୍ଥକଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲ ଏସ୍.ରାଣୀଙ୍କ ସମେତ ତାଙ୍କ ସମର୍ଥକଙ୍କୁ ଦଳୀୟ ଉପଢ଼ୌକନ ସହ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ଏସ୍.ରାଣୀ ପୂର୍ବରୁ ବିଜେପି ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ଦାୟୀତ୍ଵ ତୁଲାଇଥିଲେ । ପରେ ସେ କଂଗ୍ରେସକୁ ଯାଇଥିଲେ । ଏଣୁ ଏହା ତାଙ୍କର ଘର ବାହୁଡ଼ା ବୋଲି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ସାମ୍ୱାଦିକ ମାନଙ୍କୁ ଏକ ସାକ୍ଷାତକାରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ରାଜ୍ୟରେ ଯେଉଁ ବିଜୁ ଜନତା ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ସରକାର ଚାଲିଛି ଏହାକୁ ପରିବର୍ତ୍ତନ କରିବା ଲାଗି ଲୋକେ ମନ ସ୍ଥିର କରିସାରିଲେଣି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ଏବଂ ଏଥର ୨୦୨୪ ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସକାଳେ ଜିଲ୍ଲାର ବରିଷ୍ଠ ନେତା ସତୀଶ ପାତ୍ର,ଶଙ୍କର ପ୍ରଧାନ,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ସରୋଜ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ଵାଳ,ବର୍ଷା ବିଦ୍ୟୁସ୍ମିତା ପାଳ,ମାତା ପ୍ରସାଦ ନାୟକ,କମଲ ପାତ୍ର,ପ୍ରେମଶିଳା ନନ୍ଦ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ । ଲୋଚାପଡ଼ା ଠାରେ ଜିଲ୍ଲା ସମ୍ପାଦକ ତଥା ସରପଞ୍ଚ ଏଲ୍.ମହୋନ ଦାସ ଏବଂ ସମିତି ସଭ୍ୟ ଚଣ୍ଡୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ଜଗଦଳପୁର ଗ୍ରାମ ଠାରେ ଥିବା ବୀର ସହିଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ନମନ ଜଣାଇ ରାଜ୍ୟ ସଭାପତି ଶ୍ରୀ ସାମଲ “ମୋ’ ମାଟି ମୋ’ ଦେଶ” (କଳସ ଯାତ୍ରା) କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗ୍ରାମର ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ,ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥି,ରାଜ୍ୟ ସମ୍ପାଦକ ସରୋଜ କର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ପ୍ରଶାନ୍ତ କର,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ପରେଶ ରଥ,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଶ୍ରୀକାନ୍ତ ପାଢ଼ୀ,ରାଜେଶ କୁମାର ସାହୁ,ଶିବ ପାତ୍ର,ଏ.ବାବୁଲା ପାତ୍ର,ରବିନ୍ଦ୍ର ସାହୁ,ଆକାଶ ଗୌଡ଼ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ମୋ’ ମାଟି ମୋ’ ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହିଦ ଶ୍ରୀନିବାସ ପାତ୍ରଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସାକ୍ଷାତ କରି ନମନ କରିବା ସହ ସେମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ।