Odisha news

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଘାଟିତ 

0
ବୁଗୁଡା : ତା ୧୩/୦୯/୨୩ :  ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କ୍ରୀଡା ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଇଓ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ , ମୁଖ୍ୟ ବକ୍ତା ଭାବେ ତହସିଲଦାର ତାପସ ରାଉତ , ସମ୍ମାନିତ ଅତିଥି ଭାବେ ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକ ଓ ବିଆରସିସି ସିମାଞ୍ଚଳ ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ  । ଉକ୍ତ ଦ୍ବିଦିବସୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବର ଉଦଘାଟନୀ ଦିବସରେ  କବାଡି , ଖୋ-ଖୋ , ଫୁଟବଲ ଓ ଯୋଗାସନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ୨୪ ବିଦ୍ୟାଳୟରୁ ବରିଷ୍ଠ ବର୍ଗରେ ୧୯୪ ଏବଂ କନିଷ୍ଠ ବର୍ଗରେ ୫୧ ଜଣ ହିସାବରେ ମୋଟ ୨୪୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ  । ବୁଗୁଡା ବ୍ଲକ କ୍ରୀଡା ସଂଗଠନ ସମ୍ପାଦକ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ସମେତ ବିଭିନ୍ନ ହାଇସ୍କୁଲର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ନାୟକ , ଅମୀୟ ରଞ୍ଜନ ଭୂୟାଁ , ଦ୍ଯୁତିକୃଷ୍ଣ ପାତ୍ର ,  ସିଦ୍ଧାନ୍ତ କୁମାର ରାଉତ ଓ ବିଭୁ ପ୍ରସାଦ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।
Leave A Reply