Odisha news

ରଣପୁର ଗୋଷ୍ଠି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ  ପ୍ରାଥମିକ ସ୍କୁଲ ର ସମୂହ ଶିକ୍ଷକ ଙ୍କ ଧାରଣା :ବିଦ୍ୟାଳୟ ରେ ପାଠ ପଢା ବାଧାପ୍ରାପ୍ତ 

0
ରଣପୁର, ୧୩।୦୯ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷାଅଧିକାରିଣୀ ଙ୍କ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣା ଅବ୍ୟାହତି  ଚାଲୁରହିଥିବା ବେଳେ ବୁଧବାର ପ୍ରାଥମିକ ସ୍କୁଲ ର ସମସ୍ତ ଶିକ୍ଷକ ସମୂହ ଛୁଟି ରେ ଧାରଣା ରେ ସାମିଲୀ ହୋଇଥିବା ଜଣାପଡିଛି ଯାହାଫଳ ରେ ପ୍ରାଥମିକ ବିଦ୍ୟାଳୟ ରେ ତାଲା ପଡିବା ସହିତ ପାଠ ପଢା ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି  . ତେବେ ଦୀର୍ଘ ଦିନ ଧରି ତିନି ଦଫା ଦାବୀ ନେଇ ଶିକ୍ଷକ ମାନଙ୍କ ତରଫରୁ  ବିଭିନ୍ନ ପ୍ରକାର  ପ୍ରତିବାଦ ଓ ପ୍ରତିଧ୍ୱନି କରୁଥିଲେ  ମଧ୍ୟ ସରକାର ଙ୍କ ତରଫରୁ ଶିକ୍ଷକ ଙ୍କ କୋଣସି ଗୋଟିଏ   ଦାବୀ ପୂରଣ ହେଉନାହିଁ  ।  ଯାହାଫଳ ରେ  । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ରାଜ୍ୟ ବ୍ୟାପି ୩ଦଫା ଦାବୀ ନେଇ ବ୍ଲକ  ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ସମୁଖରେ ଧାରଣା ଚାଲିଥିବା ବେଳେ ବୁଧବାର  ରଣପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସ ସମୁଖରେ ଶିକ୍ଷକ ସମୂହ ଛୁଟିରେ ଆସି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏଥିରେ ରଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ, ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଶିକ୍ଷକ ସଙ୍ଘ, ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ, ପି.ଟି.ଆଇ. ଶିକ୍ଷକ ସଙ୍ଘ, ଗଣ ଶିକ୍ଷକ ସଙ୍ଘ, କଳା କ୍ରୀଡା ଶିକ୍ଷକ ସଙ୍ଘର ଶିକ୍ଷକମାନେ ଏଥିରେ ସାମିଲ ହୋଇଛନ୍ତି  | ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଧାରଣାରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସୂଚନା ଦେଇଛନ୍ତି |
Leave A Reply