ବେତନଟୀ : ଭୂମିଜ ଭାଷାକୁ ବହୁ ଭାଷୀ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରାଯାଇଥିବାର ବିଧାନସଭାର ମିଛ ପ୍ରତିଶୃତି ଦେଇ ଭୂମିଜ ସମାଜକୁ ଏକ ପ୍ରକାରର ଅଣଦେଖା କରାଯାଇଥିବା ପ୍ରତିବାଦରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥି ପାଇଁ ବୈଶିଙ୍ଗା ସ୍ଥିତ ଆରଏମସି ପଡ଼ିଆରେ ପୂର୍ବତନ କେନ୍ଦ୍ରୀୟ କମିଟି ସଭାପତି ପାଇକ ସିଂ ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରୀୟ ସମ୍ପାଦକ ମଙ୍ଗୁ ସିଂ ଯୋଗ ଦେଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଭୂମିଜ ସମାଜ କୁ ଉଦବୋଧନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୀତାମଣି ସିଂ ଯୋଗ ଦେଇ ନିଜର ହକ ଦାବି ହାସଲ ପାଇଁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେବା ପାଇଁ ମତାମତ ଦେଇଥିଲେ। ସର୍ବସମ୍ମତି କ୍ରମେ ଆଗାମୀ ସେପ୍ଟେମ୍ବର ୨୨ ତାରିଖ ଦିନ ରାଜ୍ୟର ସମସ୍ତ ଭୂମିଜ ଭାଷା ଭାଷୀ ଅଞ୍ଚଳର ଭାଇ/ଭଉଣୀ ମାନେ ସହଯୋଗ କରିବା ପାଇଁ ମତ ପ୍ରକାଶ ପାଇଥିଲା। ରାଜକୁମାର ସିଂ ଙ୍କ ଆବାହକତ୍ଵ ରେ ରଥିଆ ସିଂ, ଗୁରୁ ଚରଣ ସିଂ, ସୋମନାଥ ସିଂ, ଦିଲ୍ଲୀପ ସିଂ, ହେମନ୍ତ ସିଂ, ସନିଆ ସିଂ, ରଘୁନାଥ ସିଂ ଓ ବାଙ୍ଗୁରୁ ସିଂ ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।