Odisha news

କଳିଙ୍ଗନଗରରେ ତେଜୁଛି ଶ୍ରମିକ ଆନ୍ଦୋଳନ : ଏଡି ଏମ ଙ୍କୁ ଦେଲେ ଦାବି ପାତ୍ର 

0
ଦାନଗଦି , ତା ୧୩ /୯  : କଳିଙ୍ଗନଗରରେ ପୁଣି ଥରେ ଶ୍ରମିକ ଆନ୍ଦୋଳନ ଦାନା ବାନ୍ଧୁଛି। ତିନି ଦଫା ଦାବିକୁ ନେଇ କଳିଙ୍ଗନଗର ଠିକା ଶ୍ରମିକ ସାମୁଖ୍ୟ ର ଏକ ପ୍ରତିନିଧି ଦଳ ଆଜି କଳିଙ୍ଗନଗର ଏ ଡି ଏମ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୧୫ ଦିନ ମଧ୍ୟରେ ଦାବି ଉପରେ ଆଲୋଚନା କରି ସମାଧାନ ନ କଲେ ସଂଗଠନ ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସୂଚନା ମୁତାବକ କଳିଙ୍ଗନଗର ରେ ନୀଳାଚଳ ଇସ୍ପାତ ନିଗମ କାରଖାନା କେନ୍ଦ୍ରସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ଉତ୍ୟାଗରେ ଗଢିଉଠିଥିଲା l ଏହା ଏକ ଲାଭଦାୟକ ଉଦ୍ୟୋଗ ରୂପେ ଚାଲିଥିଲା l ବିଭିନ୍ନ କାରଣ ବଶତଃ ଏହି କାରଖାନା କ୍ଷତିରେ ଚାଲିବା ରୁ  କେନ୍ଦ୍ରସରକାର ଓ ରାଜ୍ୟ ସରକାର ନୀଳାଚଳ କୁ ବିକ୍ରି କରିଦେଲେ l ୨୦୨୦ ରେ ବିକ୍ରି ପ୍ରକ୍ରିୟା ଆରମ୍ଭହେଲା । ସେ ସମୟରେ ସ୍ଥାୟୀ କର୍ମଚାରୀ ଓ ୨୫୦୦ ଠିକା କର୍ମଚାରୀ ଙ୍କ କିଛି ବାକିଆ ପାଉଣା ବାକି ରହିଲା ଅଚାନକ ଭାବେ ୧୭ ଜୁନ ରେ ନୀଳାଚଳ କତୃପକ୍ଷ ଠିକା କର୍ମଚାରୀ ମାନଙ୍କୁ ବିନା ନୋଟିସରେ  କୋଭିଡ ୧୯ ଚାଲିଥିବା ସମୟରେ ଛଟେଇ କଲେ। ଯାହାକି ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ। କାରଣ କୋଭିଡ ସମୟରେ ସରକାର କାହାକୁ ଛଟେଇ କରାଯିବନାହିଁ ବୋଲି କହିଥିଲେ l ଏ ନେଇ ଶ୍ରମିକମାନେ ଲିଖିତ ଅଭିଯୋଗ କଲେ ସେତେବେଳ ର ଥାନା ଅଧିକାରୀ କଳିଙ୍ଗନଗର ଙ୍କ ଅଧକ୍ଷତାରେ ଏକ ବୈଠକ ହେଲା ଏଥିରେ ଉପସ୍ଥିତ ଥିଲେ ତହସିଲଦାର ସୁକିନ୍ଦା, ଶ୍ରମିକ ପ୍ରତିନିଧି ଓ ନୀଳାଚଳ କର୍ତ୍ତୃପକ୍ଷ. ନିଷ୍ପତି ହେଲା କାରଖାନା ଚାଲିଲେ ପୁନଃ କର୍ମ ନିଯୁକ୍ତି ମିଳିବ l ୨୦୨୧ ରେ ବାକିଆ କିଛି ପଇସା କର୍ମଚାରୀ ଙ୍କୁ ମିଳିଲା କିନ୍ତୁ ଠିକା କର୍ମଚାରୀଙ୍କୁ ମିଳିଲା ନାହିଁ ଯାହାଦ୍ଵାରା ଠିକା କର୍ମଚାରି ମାନେ ମାର୍ଚ୍ଚ ୨୦୨୧ରେ ଆନ୍ଦୋଳନ କଲେ  କେହି ତାଙ୍କ ସହିତ ଆଲୋଚନା କଲେନାହିଁ କିନ୍ତୁ ସନ୍ଧ୍ୟା ୬ ପରେ ୧୪୪ ଧାରା ପ୍ରଶାସନ ଜାରି କଲା। ପୁରା ଦେଢ଼ବର୍ଷ ୧୪୪ ଲାଗିରହିଲା l  କଳିଙ୍ଗନଗର ଏଡି ଏମଙ୍କ ଅଧକ୍ଷତାରେ ଏକ ବୈଠକ ହୋଇଥିଲା ନିଷ୍ପତି ହେଲାକି ପ୍ଲାଣ୍ଟ କେହି କିଣିଲା ପରେ  ସମସ୍ତ ଦାବି ପୂରଣ କରାଯିବ । ମେ ମାସ ରେ ଟାଟା ଲଙ୍ଗ ପ୍ରଡକ୍ଟ ନୀଳାଚଳ କୁ କିଣିଲା ପରେ ପୁନର୍ବାର ଠିକା କର୍ମଚାରୀ ମାନେ ତାଙ୍କ ଦାବି ଜିଲ୍ଲା ପ୍ରଶାସନ ନିକଟରେ ରଖିଥିଲେ। ପରେ ଜେସିଡିଏଲ ଅଫିସ ରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଏ. ଡି. ଏମ୍ କଳିଙ୍ଗନଗର. ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଯଖପୁରା ଥାନା ଅଧିକାରୀ ,  ସୁକିନ୍ଦା ବିଧାୟକ , ଟାଟା କତୃପକ୍ଷ ଓ ଶ୍ରମିକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏଥିରେ ଠିକା କର୍ମଚାରୀ ମାନଙ୍କୁ ଆବଶ୍ୟକ ଅନୁଯାଇ ଦକ୍ଷତା ଭିତିରେ ସ୍ଥାଇ ନିଯୁକ୍ତି ଦେବା ,ଠିକା କର୍ମଚାରୀ ଙ୍କ ସମସ୍ତ ବାକିଆ ପାଉଣା  ପ୍ରଦାନ କରିବା, ସମସ୍ତ ଠିକା କର୍ମଚାରୀ ମାନଙ୍କୁ ପୁନଃ ଯାହା ଦରମା ପାଉଥିଲେ ତା ଠୁ ଅଧିକ ଦରମାରେ କର୍ମନିଯୁକ୍ତି ଯୋଗାଇ ଦେବା।
କିନ୍ତୁ ପରିତାପର ବିଷୟ କି ଦେଢ଼ ବର୍ଷ ପୁରିଗଲା ସବୁ ଦାବି କେବଳ କାଗଜରେ ରହିଗଲା l ତେଣୁ ବାଧ୍ୟ ହୋଇ ସମସ୍ତ ଠିକା କର୍ମଚାରୀ ଏକତ୍ରିତ ହୋଇ ନିଜ ହକ ପାଇଁ ନିଜେ ଲଢେଇ କରିବେ ନିଷ୍ପତି ନେଇଛନ୍ତି। ଏହି  ଦାବି ପାତ୍ର ଆସନ୍ତା ୧୫ ଦିନ ଭିତରେ ପୂରଣ ନହେଲେ କଳିଙ୍ଗନଗର ରେ ଜୋରଦାର ଆନ୍ଦୋଳନ ହେବ ବୋଲି କଳିଙ୍ଗନଗର ଠିକା ଶ୍ରମିକ ସାମୁଖ୍ୟ ର ଅବାହକ ସୁଧାଂଶୁ ଶେଖର ସାହୁ କହିଛନ୍ତି l ଦାବି ଦେବା ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ବିଶିଷ୍ଟ ସମାଜସେବୀ ଅରୁଣ କାନ୍ତ ସାହୂ, ସୁଜିତ ମହାନ୍ତି, ଗଣେଶ୍ୱର ସହୂ, ନାରଣ ଜେନା, ପ୍ରଶାନ୍ତ ମାଲିକ ଓ ଶତାଧିକ ଠିକା ଶ୍ରମିକ
Leave A Reply