Odisha news

ଜେନାପୁର ଥାନାରେ ଯୋଗଦେଲେ ନୂଆ ଥାନା ଅଧିକାରୀ: କୋଟିପତି ପଥର ଚୋରଙ୍କୁ ସାବାଡ କରିବା ଚାଲେଞ୍ଜ ହେବ

0
ଚଣ୍ଡିଖୋଲ/ଚଡେଇଧରା : ଖଣି ଖାଦାନ ପାଇଁ ଯାଜପୁର ଜିଲ୍ଲାରେ ଗୁରୁତତ୍ୱ ବହନ କରୁଥିବା ଜେନାପୁର ଥାନାରେ ସୁଭେନ୍ଦୁକୁମାର ସାହୁ ନୂତନ ଥାନା ଅଧିକାରୀ ଭାବେ ସେଷ୍ଟେମ୍ବର ୧୨ ତାରିଖରେ ଯୋଗ ଦେଇଛନ୍ତି! ସେ ଏଥି ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିଲେ! ଏଠାରେ ଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ପଦୋନ୍ନତି ପାଇ ଚୌଦ୍ୱାର ଏଡିପିଓ ଭାବେ ନିଯୁକ୍ତି ପାଇବା ପରେ ଗତ ଜୁଲାଇ ୧୬ ତାରିଖ ଦିନ ଏଠାରୁ ରିଲିଭ ହୋଇଥିଲେ! ସେହିଦିନ ଠାରୁ ଏଠାରେ ଥାନା ଅଧିକାରୀଙ୍କ ପଦବୀ ଖାଲିଥିଲା! ଜେନାପୁର ଥାନାର ଗୁରୁତ୍ୱକୁ ଉପଲବ୍ଧିକରି ଯାଜପୁର ଏସପି ଏଠାରେ ଜଣେ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦେବାକୁ ବିଚାର କରୁଥିଲା ବେଳେ ଶେଷରେ ଶ୍ରୀ ସାହୁଙ୍କୁ ଥାନା ଅଧିକାରୀ ଭାବେ ଏଠାରେ ନିଯୁକ୍ତି ମିଳିଛି! ଶ୍ରୀ ସାହୁ ଯାଜପୁର ଜିଲ୍ଲାରେ ମଧ୍ୟ ନୂଆକରି ତାଙ୍କର କାର୍ଯ୍ୟ ଆରମ୍ଭ କରୁଥିବା ଜଣାପଡିଛି! ଜଣେ ଭଲ ପୋଲିସ ଅଧିକାରୀ ଭାବେ ପୂର୍ବ ସ୍ଥାନରେ ତାଙ୍କର ଆଦର ଥିଲେ ମଧ୍ୟ ଖଣି ଚୋରିକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲାର ଜେନାପୁର ଥାନାରେ କାର୍ଯ୍ୟ କରିବା ତାଙ୍କପାଇଁ ନିଶ୍ଚିତ ଚାଲେଞ୍ଜ ହେବବୋଲି ଆଲୋଚନା ହେଉଛି! କଳାପଥର ଲୁଟପାଟ ନେଇ କେବଳ ଯାଜପୁର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ଏବେ ଜେନାପୁର ଥାନା ବେସ ପରିଚିତ! ଏହି ଥାନା ଅଞ୍ଚଳରେ ରହିଥିବା ଶତାଧିକ କଳାପଥର ଖଣି ଓ ସେଥିରୁ ହଜାର ହଜାର କୋଟି ଟଙ୍କାର ପଥରଲୁଟ ସହ ସରକାରୀ ରାଜସ୍ୱ ଆତ୍ମସାତ ଘଟଣାକୁ ନେଇ ଏହିଥାନା ସବୁବେଳେ ଚର୍ଚ୍ଚାରେ ରହିଥାଏ! ବିଶେଷକରି ଏଠାର ଖଣିଚୋରୀ ରୋକିବାରେ ବିଫଳତା ପାଇଁ ସ୍ଥାନୀୟ ପୋଲିସ ସମାଲୋଚିତ ହେବା ସାଙ୍ଗକୁ କେତେବେଳେ ପଥର ମାଫିଆଙ୍କ ଆଗରେ ଓ ଆଉ କେତେବେଳେ ସେମାନଙ୍କ ପଛରେ ଦୌଡି ଦୌଡି ପୋଲିସ ନାକେଦମ ହୋଇଥାଏ! ଏଠାରେ ରାଜସ୍ୱ ଓ ଜଙ୍ଗଲ ବିଭାଗ ଅଧିନରେ ଥିବା ଅନେକଗୁଡ଼ିଏ ନିଶିଦ୍ଧ ଖଣିରେ ମାଫିଆମାନେ ବେଆଇନ ଖନନ କରୁଥିବାରୁ ତାହାକୁ ପ୍ରତିହତ କରିବା ପୋଲିସ ପାଇଁ ସବୁବେଳେ ଚାଲେଞ୍ଜ ସୃଷ୍ଟି କରିଥାଏ! ଏହି ଥାନା ଅଞ୍ଚଳରେ ରହିଥିବା ୯୬ଟି ପଥର ଖଣି ମଧ୍ୟରୁ ଏବେ ଅଧିକାଂଶ ଖଣିରେ ଲିଜ ନଥିବାରୁ ପଥର ଖନନ ଉପରେ ୧୪୪ ଧାରା ଯାରୀକରାଯାଇ ଥିବା ନିଶେଦ୍ଧାଦେଶ ବଳବତର ରହିଛି! ବିଶେଷକରି ଏହି ଥାନାର ବିଛାଖଣ୍ଡି, କୁଶୁନପୁର, ବାଘୁଆ, ଲୁଣିବର,ଗଙ୍ଗେଇଡୁବୁରୀ, ରାହାଡପୁର,ବରଡା ଓ ଡଙ୍କାରୀର ୪୦ରୁ ଉର୍ଦ୍ଧ୍ବ ଖଣିରେ କେତେକ ନିର୍ଦ୍ଦିଷ୍ଟ ମାଫିଆ ଗୋଷ୍ଠୀଙ୍କ ଦ୍ୱାରା ଚାଲିଥିବା ଶହଶହ କୋଟି ଟଙ୍କାର ବେଆଇନ ଖଣିଖନନ ଓ ରାଜସ୍ୱ ଲୁଟ ଘଟଣାକୁ କିପରି ରୋକାଲଗାଇ ପାରିବ ତାହା ନୂଆ ଥାନା ଅଧିକାରୀଙ୍କ ପାଇଁ ଚାଲେଞ୍ଜ ହେବ ବୋଲି ଆଲୋଚନା ହେଉଛି! ତେବେ ସବୁ ପ୍ରକାର ଚାଲେଞ୍ଜକୁ ସାମନାକରି ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ସହ ସମସ୍ତଙ୍କ ବିଶ୍ୱାସ ଭାଜନ ହେବାକୁ ଆପ୍ରାଣ ଚେଷ୍ଟା କରିବେ ବୋଲି ନୂଆ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି! ସେ ଏଠାରେ ପହଞ୍ଚିବା ପରେ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ସ୍ୱାଗତ କରିଛନ୍ତି!
Leave A Reply