Odisha news

ଭତ୍ତା ପାଇଁ ଅନ୍ଧ ଆଉ କାଲ, ବୁଗୁଡ଼ାରେ ନକଲି ସାର୍ଟିଫିକେଟ ରାକେଟ ସକ୍ରିୟ  

0
ବୁଗୁଡ଼ା  : ତା ୧୧/୦୮/୨୩ : ସରକାରୀ ଭତ୍ତା ପାଇବା ପାଇଁ ଚାଲିଛି ପ୍ରତିଯୋଗିତା l ଆଉ ଏହାର ଫାଇଦା ନେଇ ବୁଗୁଡ଼ା ଅଞ୍ଚଳରେ ସକ୍ରିୟ ହୋଇ ଉଠିଛି ନକଲି ସାର୍ଟିଫିକେଟ ରାକେଟ l ୩ ରୁ ୪ ହଜାର ଦେଲେ ମିଳି ଯାଉଛି ନକଲି ଭିନ୍ନକ୍ଷମ ପ୍ରମାଣପତ୍ର l ଏହି ନକଲି ପ୍ରମାଣ ପତ୍ର ଜରିଆରେ ସୁସ୍ଥ ଭେଣ୍ଡିଆ ପାଉଛନ୍ତି ଭିନ୍ନକ୍ଷମ ଭତ୍ତା l ନକଲି ପ୍ରମାଣପତ୍ର ମାଧ୍ୟମରେ ଅଯୋଗ୍ୟ ବ୍ୟକ୍ତିମାନେ ସରକାରୀ ଭତ୍ତା ହାତେଇ ନେଉଥିବାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି l ପ୍ରତିବର୍ଷ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପାଇଁ ଶହ ଶହ ହିତାଧିକାରୀ ଆବେଦନ କରୁଛନ୍ତି। ତେବେ ଭିନ୍ନକ୍ଷମ ପ୍ରମାଣ ପତ୍ର ଥିବା ହିତାଧିକାରୀଙ୍କୁ ପ୍ରାଥମିକତା ଦିଆ ଯାଉଥିବାରୁ ସ୍ୱଚ୍ଛଳ ବର୍ଗର ହିତାଧିକାରୀ ଟଙ୍କା ଦେଇ ନକଲି ପ୍ରମାଣପତ୍ର ଆଣି ଭତ୍ତା ହାତେଇ ନେଉଛନ୍ତି l ଏମିତିକି ଗୋଟିଏ ପରିବାରର  ୩ ରୁ ୪ ସଦସ୍ୟ ଏଭଳି ନକଲି ପ୍ରମାଣପତ୍ର ଦେଇ ଭତ୍ତା ପାଉଥିବା ନଜରକୁ ଆସିଛି l ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରି ସରକାରୀ ଭତ୍ତା ପାଇବା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ର ସଠିକ୍ ଭାବେ ଯାଞ୍ଚ ହୋଇପାରୁ ନଥିବାରୁ ଠକମାନେ ଏହାର ଫାଇଦା ଉଠାଉଥିବା ବେଳେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଉ ଥିବା ରାକେଟ ଦିନକୁ ଦିନ ତାହାର ଚେର ବିସ୍ତାର କରିବାରେ ଲାଗିଛି l ଆଗକୁ ନିର୍ବାଚନ ଥିବାରୁ  ବୁଗୁଡ଼ା ବ୍ଲକ ପାଇଁ ୧୬ ଶହ ଲୋକଙ୍କୁ ଭତ୍ତା ଦେବା ପାଇଁ ଟାର୍ଗେଟ ଆସିଛି l ଏଣୁ ଅଧିକାଂଶ ଲୋକ ଭତ୍ତା ପାଇବା ପାଇଁ ଆବେଦନ କରିଛନ୍ତି। ଏଣୁ କାଲ ଓ ଆଖିକୁ ଭଲ ଦିଶୁନଥିବା ଭଳି ପ୍ରମାଣପତ୍ର ଦାଖଲ କରିଥିବା ହିତାଧିକାରୀଙ୍କ ଆବେଦନ ପତ୍ରକୁ ସଠିକ୍ ଯାଞ୍ଚ କରାଯିବ ଏବଂ ଯଦି କେହି ଜାଲ ପ୍ରମାଣପତ୍ର ଦେଇ ଭତ୍ତା ହାତେଇଛନ୍ତି ସେ ନେଇ କୌଣସି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଗୁଡ଼ା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀ କହିଛନ୍ତି l
Nalco
Leave A Reply