Odisha news

ବଡଚଣା ପୁଅ ପ୍ରଭାତ ଦାଶଙ୍କୁ ସୁବେଦାର ମେଜର ସମ୍ମାନ ପ୍ରଦାନ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ବଡଚଣା ବ୍ଳକ ବରଦା ଗ୍ରାମର ପ୍ରଭାତକୁମାର ଦାଶଙ୍କୁ ସ୍ଥଳସେନା ପକ୍ଷରୁ ସୁବେଦାର ମେଜର ସମ୍ମାନ ପ୍ରଦାନ କରାଯାଇଛି! ସେ ଦୀର୍ଘ ବର୍ଷଧରି ସେନା ବାହିନୀରେ ତ୍ୟାଗପୂତ ସେବା କରିବା ସହ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ! ଯାହାକୁନେଇ  ଆସାମ ୧୬୬ ବାଟାଲିୟନରେ କର୍ଣ୍ଣେଲ ମହେନ୍ଦ୍ର ସିଂ କମାଣ୍ଡିଙ୍ଗ ଅଧିକାରୀ ପ୍ରଭାତଙ୍କୁ ସୁବେଦାର ମେଜର ପଦବୀରେ ସମ୍ମାନୀତ କରାଯାଇଛି! କର୍ଣ୍ଣେଲ ପ୍ରଭାତ ଦାଶ ବରଦା ଗ୍ରାମର ମହାନ୍ତ ଭଗବାନ ଦାଶ ଓ କମଳା ଦାଶଙ୍କ ଜେଷ୍ଠ ପୁତ୍ର ଓ ଚଣ୍ଡିଖୋଲ ବାର ଆସୋସିଏସନ ସମ୍ପାଦକ ପ୍ରକାଶ ଦାଶଙ୍କ ଭାଇ ଅଟନ୍ତି! ସେନା ବାହିନୀ ପକ୍ଷରୁ ଏହି ସମ୍ମାନ ପାଇବାରେ ସେ ଜିଲ୍ଲାର ପ୍ରଥମ ବୋଲି ଜଣାପଡିଛି! ତାଙ୍କର ଏହି କୃତିତ୍ୱ ନେଇ ବଡଚଣାର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି! ତାଙ୍କ ଗ୍ରାମ ଓ ସେ ପାଠପଢିଥିବା ନିଜ ଗ୍ରାମ ବରଦାର ପ୍ରହଲ୍ଲାଦ ନିଗମାନନ୍ଦ ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଏଥିନେଇ ବେସ ଖୁସିବ୍ୟକ୍ତ କରିଛନ୍ତି!
Leave A Reply