Odisha news

 𝙶 -20 ସମ୍ମିଳନୀ ରେ ରାଷ୍ଟ୍ର ନାୟକ ମାନଙ୍କୁ ପରସା ଯିବ ଖାଦ୍ୟ ସୁନା ଓ ଚାନ୍ଦି ବାସନରେ 

0
ନୂଆଦିଲ୍ଲୀ :  𝙶-20 ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବର ରେ ରାଜଧାନୀ ନୁଆଦିଲ୍ଲି ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି ସମ୍ମିଳନୀ ଦିଲ୍ଲୀ ର ପ୍ରଗତୀ ମୈଦାନ ର ଭାରତ ମଣ୍ଡପମ ରେ ଅନୁଷ୍ଠିତ ହେବ l ଯେଉଁଥିରେ ବିଭିନ୍ନ ଦେଶର ରାଷ୍ଟ୍ର ନାୟକ ମାନେ ଅଂଶ ଗ୍ରହଣ କରିବେ l
ସେଥିପାଇଁ ରାଜଧାନୀ ଦିଲ୍ଲୀ ସମ୍ପୂର୍ଣ୍ଣ ପ୍ରସ୍ତୁତ l ଏହି ସମ୍ମିଳନୀ ରେ ରାଷ୍ଟ୍ର ନାୟକ ମାନଙ୍କୁ ପରସା ଯିବ ସୁନା ଏବଂ ଚାନ୍ଦି ର ବାସନ ରେ ଖାଦ୍ୟ l ଏହି ବାସନ ରେ ରୂପା ଓ ସୁନାର କୋଟିଂ ହୋଇଛି l ଏହା ବିଶେଷ ଭାବେ ଭାରତର ସଂସ୍କୃତି କୁ ଦର୍ଶାଇବା ପାଇଁ କରାଯାଉଛି l ଏହି ବିଶେଷ ବାସନ କୁ ପ୍ରସ୍ତୁତ କରିବା ପାଇଁ ୨୦୦ ରୁ ଅଧିକ କାରିଗର ନିୟୋଜିତ ହୋଇଛନ୍ତି l ୧୫ ହଜାର ରୁ ଅଧିକ ରୂପା ବାସନ ପ୍ରସ୍ତୁତ କରାଯାଇଛି l
ଏହିସବୁ ରୂପା ବାସନ କୁ ପ୍ରସ୍ତୁତ କରିବା ପାଇଁ ୫୦ ହଜାର ଘଣ୍ଟାରୁ ମଧ୍ୟ ଅଧିକ ସମୟ ଲାଗିଛି l ଏହାକୁ ପ୍ରସ୍ତୁତ କରିବା ପାଇଁ ଜୟପୁର , କର୍ଣ୍ଣାଟକ , ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ର କାରିଗର ନିୟୋଜିତ ହୋଇଛନ୍ତି l
Leave A Reply