ଦଶପଲ୍ଲା୮/୯: ପ୍ରଥମେ ପ୍ରେମ ପରେ ବିବାହ ର ମିଥ୍ୟ ପ୍ରତିଶ୍ରୁତିଦେଇ ଅପହରଣ ପରେ ଦୁଷ୍କର୍ମ କରି ପ୍ରେମିକା କୁ ଛାଡି ପ୍ରେମିକ ଫେରାର ହୋଇଯିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଯୋଗ୍ୟଯେ, ଦଶପଲ୍ଲା ଥାନା ଖଣ୍ଡପଡା ଭୋଇ ସାହି ଗ୍ରାମର ଜଣେ ଯୁବତୀ କୁ ସେହି ଗ୍ରାମ ନିକଟ ପେଟା ସାହି ଗ୍ରାମର ରଞ୍ଜନ ମହାରଣା ଭଲ ପାଇ ଆସୁଥିଲେ । ଗତ ୨୪ ତାରିଖ ଦିନ ରଞ୍ଜନ ତାର ପ୍ରେମିକା କୁ ଭୁବନେଶ୍ୱର ନେଇ ଜଣେ ସମ୍ପର୍କୀୟ ଙ୍କ ଘରେ ରଖିଥିଲେ । ସେଠାରେ ରଞ୍ଜନ ତାର ପ୍ରେମିକା କୁ ଦୁଷ୍କର୍ମ କରିଥିବା ବେଳେ ୨୮ ତାରିଖ ଦିନ ରଞ୍ଜନ ତାର ପ୍ରେମିକାକୁ ଭୁବନେଶ୍ୱର ବରମୁଣ୍ଡା ରେ ଛାଡି କେଉଁ ଆଡେ ଚାଲି ଯାଇଥିଲା । ପରେ ପରବାର ଲୋକ ଖବର ପାଇ ଯୁବତୀ ଜଣଙ୍କୁ ଉଧାର କରି ଘରକୁ ଆଣିଥିଲେ । ପରେ ଯୁବତୀ ଙ୍କ ପରିବାର ରଞ୍ଜନ ଙ୍କ ପରିବାର ସହ ବିବାହ ପାଇଁ ଆଲୋଚନା କରିଥିଲେ ମଧ୍ୟ ରଞ୍ଜନ ଙ୍କ ପରିବାର ଏଥିରେ ନାରାଜ ହୋଇଥିଲେ । ଫଳରେ ଯୁବତୀ ଙ୍କ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିବା
ବେଳେ ଏହି ଘଟଣାରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
