Odisha news

ଜଳିଗଲା ଦାମୀ ବ୍ରାଣ୍ଡ କପଡ଼ା ବୋଝେଇ ଗାଡ଼ି

0
ବାରଙ୍ଗ :  ବୁଧବାର ବିଳମ୍ବିତ ରାତିରେ ପୁରୀମେନକେନଲାରେ ଅନୁଗୁଳଯାଉଥିବା ଏକ କପଡା ବୋଝେଇ ଗାଡି ରାସ୍ତାମଝିରେ ଜଳିଯାଇଛି ।ଖବରପାଇ ବାରଙ୍ଗରୁ ଅଗ୍ନିଶମବାହିନୀଆସି ନିଆଁକୁ ଆୟତ କରିଥିଲେ ମଧ୍ୟ ଗାଡିରେଥିବା  ଦାମୀ କପଡା ଓ ଗାଡ଼ିଟି ପୋଡ଼ିଯାଇଥିବାର ଜଣାପଡିଛି  l ପ୍ରକାସ ଯେ, ଓଡି ୧୬ଏକ୍ସ ୦୧୨୫ନଂ ମିନିଟ୍ରକଟି ଲକ୍ଷାଧିକଟଙ୍କାର ଦାମୀବ୍ରାଣ୍ଡର କପଡା ବୋଝେଇକରି ଭୁବନେଶ୍ୱରରୁ ଅନୁଗୁଳ ଅଭିମୁଖେ ବୁଧବାରବିଳମ୍ଭିତରାତିରେଯାଉଥିଲା ।ପାଖାପାଖିରାତି୨ଟାସୁଦ୍ଧା ଗାଡିଟି  ମୁଣ୍ଡଳି ଗାଁପାଖ ପୁରୀମେନକେନାଲ ରାସ୍ତା ଦେଇଯାଇଥିବାବେଳେ ହଠାତ ଗାଡିପଛପଟରୁ ନିଆଁ ଲାଗିବା ଆରମ୍ଭ କରିଥିଲା ।ନିଆଁ ପରିମାଣ ବଢିବାପରେ ଗାଡିର ଚାଳକ ଜାଣିବାକୁ ପାଇବାରୁ ଗାଡିଟିକୁ ରଖିଦେଇଥିଲା ।ନିଆଁକୁ ଲିଭାଇବାକୁ ଚେଷ୍ଟାକରି ଚାଳକ ବିଫଳ ହେବାପରେ ଅଗ୍ନିଶମବାହିନୀକୁ ଖବର ଦେଇଥିଲା ।ଅନ୍ୟପଟେ କିଛି ଦୁରରେ ଥିବା ଏକ ମନ୍ଦିରକୁ ଯାଇ ଚାଳକ ଜଣଙ୍କ ଶୋଇଥିବା ପିଲାମାନଙ୍କୁ ସାହାଯ୍ୟ ମାଗିଥିଲା।ଖବରପାଇ ବାରଙ୍ଗରୁ ଏକ ଦମକଳ ଆସି ନିଆଁକୁ ଆୟତକରିଥିଲେ ସୁଦ୍ଧା ଗାଡି ଓ ଗାଡିରେ ଥିବା ଦାମୀ ବ୍ରାଣ୍ଡର କପଡା ସବୁ ପୋଡି ଯାଇଥିଲା ।ତେବେ ସର୍ଟସର୍କିଟ ଯୋଗୁ ଗାଡିରେ ନିଆଁ ଲାଗି ଥିବାର ଅଗ୍ନିଶମବାହିନୀ ସନ୍ଦେହ କରୁଥିବାବେଳେ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧଟଙ୍କାର  ଦାମୀ ବ୍ରାଣ୍ଡର କପଡା ପୋଡିଯାଇଥିବାର  ସୁଚନା ମିଳିଛି ।
Leave A Reply