ବ୍ରହ୍ମପୁର : ମହାନଗର ନିଗମ ଅନ୍ତର୍ଗତ ଗୁରୁମୂର୍ତିପେଟା କଲ୍ୟାଣୀ ମଣ୍ଡପ ଠାରେ ୪ ନମ୍ବର ୱଡ ରେ ଅଙ୍ଗନାୱାଡି ପିଲାଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଗମ ମେୟର ସଂଘମିତ୍ରା ଦଲେଇ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ
କମିଶନର ଜେ ସୋନାଲ ଯୋଗ ଦେଇ ଥିବା ବେଳେ ସମେତ ଡେପୁଟି କମିଶନର ବିନୋଦ ବେହେରା, କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଲା, ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଲା, ଗୋଷ୍ଟୀ ସଂଯୋଜିକା ଗିତାଞ୍ଜଳୀ ସାମନ୍ତରାୟ, ଜୟଶ୍ରୀ ପାଣିଗ୍ରାହୀ। ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ରେ ସିଡିପିଓ କଳ୍ପନା ରାଣୀ ପାଢୀ, ସୁପରଭାଇଜର ବିଜୟ ଲକ୍ଷ୍ମୀ ପାଢୀ, ଧୋବା ବନ୍ଧ ହୁଡା ଅଙ୍ଗନାୱାଡି କର୍ମୀ ଯୋସ୍ନା ପାଣିଗ୍ରାହୀ, ଚୈତନ୍ଯ ନଗର ଅଙ୍ଗନାୱାଡି କର୍ମୀ ଛବିତା ରାଣି ସାହୁ,ସାର୍ଗୁଣା ସାହି ଅଙ୍ଗନାୱାଡି କର୍ମୀ ସୁଜାତା ଗୌଡ ଙ୍କ ସମେତ ଅଙ୍ଗନାୱାଡି ସହାୟକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
