ବୁଗୁଡ଼ା : ତା ୦୫/୦୯/୨୩ : ବୁଗୁଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ୧୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଶ୍ରୀବଳଦେବଜୀଉ ପୀଠରେ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ବରେ ଅନୁ୍ଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟବକ୍ତା ଭାବେ ଏବିଇଓ ସିମାଞ୍ଚଳ ସେଠୀ ଏବଂ ସମ୍ମାନିତ ଅତିଥ୍ ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ଏବିଇଓ ଅମିତା ପାଢୀ ,ଉପ-କୋଷାଗାର ଅଧିକାରୀ ମଞ୍ଜୁଳା କୁମାରୀ ପଣ୍ଡା , ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ , କେ.ନୀଳମାଧବ ଆଚାରୀ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁ,ମନୋରଞ୍ଜନ ଦାଶ, ପ୍ରଦୀପ କୁମାର ଦାଶ,ଦୀନବନ୍ଧୁ ନାୟକ, କାଦମ୍ବିନୀ ପାଣିଗ୍ରାହୀ,ଗୋପାଳ କୃଷ୍ଣ ବେହେରା,ରାଜକିଶୋର ସେଠି,ପୁରୁଷୋତ୍ତମ ପ୍ରଧାନ, ନୃସିଂହ ଚରଣ ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନଗେନ୍ଦ୍ର ନାଥ ଷଡଙ୍ଗି ସ୍ବାଗତ ଭାଷଣ , ସ୍ବାଗତିକା ଦାଶ
ଅତିଥି ପରିଚୟ ପ୍ରଦାନ ଓ ପିତାମ୍ବର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।
