Odisha news

ଅଖିଳ ଭାରତ କୃଷକ ସଭା ପକ୍ଷରୁ ୧୬ ଦଫା ଦାବି ନେଇ ଗୋପ ତାହାସିଲି ଆଗରେ ବିକ୍ଷୋଭ ଓ ପ୍ରତିବାଦ।

0
ଗୋପ :  ସୂଚନା ଯୋଗ୍ୟ ଅଖିଳ ଭାରତ କୃଷକ ସଭା ୧୯୩୬ ମସିହା ସେପ୍ଟେମ୍ବର ମାସ1 ତାରିଖରେ ଉତର ପ୍ରଦେଶ ଲଖ୍ମନ ଠାରେ ସ୍ୱାମୀ ସହଜାନନ୍ଦ ସରସ୍ବତୀଙ୍କ ସଭାପତିତ୍ୱରେ  ଗଠନ  କରାଯାଇ ଥିଲା। ଏହିଦିନକୁ ସାରା ଭାରତ ବର୍ଷରେ କୃଷକ ଦିବସ ରୂପେ ପାଳନ କରାଯାଏ।ଏହି ଉପଲକ୍ଷେ ଶୁକ୍ରବାର ଦିନ ୧୨ ଟା ସମୟରେ ଗୋପ ବ୍ଲକ କୃଷକ ସଭା ଓ ସିପିଆଇ ଗୋପବ୍ଲକ ଯୋନ ପକ୍ଷରୁ ଗୋପ ବ୍ଲକ କୃଷକ ସଭା ସଭାପତି ପ୍ରସନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାନେ ବାୟାକୁଦା ନାରାୟଣୀ ମନ୍ଦିର ସମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗୋପ ତାହାସିଲି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ୧୬ ଦଫା ଦାବି ସମ୍ପର୍କିତ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ।ଦାବି ମାନଙ୍କ  ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିରୁଣ ର ସୁଧ ଛାଡ଼,ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୫ ହଜାର ଟଙ୍କା ବୃଦ୍ଧି କରିବା,2ସହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦୂତ ବିଲ ଛାଡ଼ କରିବା,ଚାଷୀମାନଙ୍କୁ୫୫ବର୍ଷ ହେଲେ ୫ହଜାର ଟଙ୍କା ଭତା ଯୋଗାଇ ଦେବା ପ୍ରଭୁତି ଦାବୀକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ  ଗୋପ  ତାହସିଲିଦାରଙ୍କୁ ଗୋପ ବ୍ଲକ ଅଖିଳ ଭାରତ କୃଷକ ସଭା ସଭାପତି ପ୍ରସନ୍ନ ମହାନ୍ତି ପ୍ରଦାନ କରିଥିଲେ।
Leave A Reply