ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ର ଯୁଗଳ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ନିକଟସ୍ଥ ଗରଗଡିଆ ଗ୍ରାମର ନରେଶ ଧଡା ନାମକ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ନରେଶ ରାତିରେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ କୌଣସି ଏକ ଦୃତଗାମୀ ଗାଡ଼ି ତାଙ୍କୁ ଧକ୍କା ମାରି ପଳାଇ ଯାଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଖବର ପାଇ ବୈଶିଙ୍ଗା ପୋଲିସ ଏଏସଆଇ ଭାବଗ୍ରାହୀ ମହାନ୍ତ ନରେଶଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।