Odisha news

ତାରିଣୀଙ୍କ ପୀଠରେ ନୂତନ ବସ୍ ଷ୍ଟାଣ୍ଡ ଏକ ଯୁଗାନ୍ତକାରୀ ପଦକ୍ଷେପ : ବଦ୍ରିପାତ୍ର

0
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ତଥା ସାରା ଭାରତର ମୂଖ୍ୟ ଧର୍ମ ପୀଠ ଭାବେ ପରିଚିତ ଘଟଗାଁ ମାଁ ତାରିଣୀଙ୍କ ପୀଠ ମୁକୁନ୍ଦପୁରପାଟଣା ପଞ୍ଚାୟତ ହାଟପଡ଼ିଆ ନିକଟରେ ଏକ ନୂତନ ବସ୍ ଷ୍ଟାଣ୍ଡ କୁ ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪କୋଟି ୨୫ହଜାର ବ୍ୟୟରେ ନିର୍ମିତ ବସ୍ ଷ୍ଟାଣ୍ଡରେ ସବୁ ବର୍ଗର ଯାତୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଏହି ନୂତନ ବସ୍ ଷ୍ଟାଣ୍ଡ ଘଟଗାଁ ମାଁ ତାରିଣୀ ପୀଠ ନିକଟସ୍ଥ ହୋଇଥିବା ରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଯାତାୟାତ ସମାଙ୍ଗମ ଲାଗି ରହିବ ଏହାକୁ ଦୃଷ୍ଟିରେ ରଖି ଏ ମ୍ ସେବାରେ ମଧ୍ୟ ଉଦ୍ ଘାଟନ ହୋଇଛି। ଏହି ସେବାରେ ସମସ୍ତ ବ୍ୟକ୍ତି ଘରେ ବସି ୭ଗୋଟି ସେବା ପାଇପାରିବେ। ଉଦ୍ଘାଟିତ ହୋଇଥିବା ନୂତନ ବସ୍ ଷ୍ଟାଣ୍ଡ ପରିସରରେ ଶୌଚାଳୟ, ସ୍ନାନାଗାର, ମୋବାଇଲ ଚାରଜିଂ, ଦିବୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ଗାଡ଼ି ଚାଲକ ପାଇଁ ଶୌଚାଳୟ, ଶୟନଆଗାର, ଜଳଖିଆ କାଫେଟାରୀ, ବିଶୁଦ୍ଧ ପାନୀୟ ଜଳ, ଓ ଯାତ୍ରୀ ମାନଙ୍କ ପାଇଁ ଡ଼ାକବାଜି ଯନ୍ତ୍ରରେ ସ୍ଵତନ୍ତ୍ର ସୂଚନା ଦେବାକୁ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଘସିପୁରା ବିଧାୟକ ପ୍ରୋଫେସର. ବଦ୍ରିନାରାୟଣ ପାତ୍ର ୧୯୯୦ ମସିହାରେ ବିଜୁବାବୁଙ୍କ ସରକାରରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଦୀର୍ଘ ପାଞ୍ଚଥର ମନ୍ତ୍ରୀ ଓ ବିଧାୟକ ହୋଇଥିବା ସମୟରେ ଘଟଗାଁରେ ଏକ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ବିଧାନସଭା ଦାବି ଉପସ୍ଥାପିତ କରିଥିଲେ। ତା ଆଜି ସଫଳ ହୋଇଥିବାରୁ ଘଟଗାଁ ବାସି ସୁଭେଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷିରେ ନୂତନ ବସ୍ ଷ୍ଟାଣ୍ଡ ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଗୀତାଞ୍ଜଳି ନାୟକ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା, ଯାଜ୍ଞସେନା ମହନ୍ତ, ତହସିଲଦାର କନକ ନାୟକ, ବିଡ଼ିଓ ଉମାକାନ୍ତ ପରିଡ଼ା, ଥାନା ଅଧିକାରୀ ଅମୃତ ପାଲ ସିଂ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଉପସ୍ଥିତ ରହି ମୂଖ୍ୟ ମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତା ସୁଣି ସନ୍ତୋଷ ପ୍ରକାଶ କରିଥିଲେ।
Nalco
Leave A Reply