ନୂଆପଡା- ୨୬/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଭାରତୀୟ ଜନତା ପାର୍ଟି ରାଜ୍ୟ ବ୍ୟାପି ଆରମ୍ଭ କରିଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଡ଼ାକରା ଅନୁଯାୟୀ ନୂଆପଡା ଜିଲ୍ଳା ରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଅଛି। ଆଜି ବିଜେପି ର ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଧରମବନ୍ଧା ଓ ଭରୁଆମୁଣ୍ଡା ଦୁଇଟି ଗ୍ରାମ ପଞ୍ଚାୟତ ର ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ,ଭତ୍ତା ରୁ ବଞ୍ଚିତ ବୃଦ୍ଧ, ବୃଦ୍ଧା ଓ ବିଧବା ଙ୍କ ପାଇଁ ଭତ୍ତା ,ରାସନ କାର୍ଡ ପାଇ ନ ଥିବା ବ୍ୟକ୍ତି ଙ୍କୁ ତୁରନ୍ତ ପ୍ରଦାନ,ପଞ୍ଚାୟତ କୁ ପ୍ରଦତ୍ତ ଅର୍ଥ ଓ କ୍ଷମତା କୁ ହରଣଚାଲ ତଥା ହସ୍ତକ୍ଷେପ କରି ଦିଆଯାଇଥିବା ପଚାଶ ଲକ୍ଷ ଟଙ୍କା କୁ ବିନା ପଲ୍ଲୀ ଓ ଗ୍ରାମ ସଭା ରେ ଖର୍ଚ୍ଚ କରି ବିଜେଡି ଠିକାଦାର ପାଳନ ପାଇଁ ଷଡଯନ୍ତ୍ର କରୁଥିବା ବିରୁଦ୍ଧରେ, ୨୦୧୯ ଓ ୨୦୨୧ ର ବକେୟା କୃଷି ବୀମା ପ୍ରଦାନ, ଟାଟା କମ୍ପାନୀ ର ଦୌରାତ୍ମ୍ୟ ଚଢା ବିଦ୍ୟୁତ ବିଲ, ଅବହେଳିତ ନିର୍ମାଣ ଶ୍ରମିକ ଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ହାସଲ, ଶ୍ରମିକଙ୍କ ବକେୟା ମନରେଗା ପାଉଣା ପ୍ରଦାନ, ମନରେଗା କାମରେ ହେଇଥିବା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ,ବସୁଧା ଯୋଜନାରେ ଜଳଯୋଗଣରେ ଅଚଳ ଓ ଅବ୍ୟବସ୍ଥା ବିରୁଦ୍ଧରେ ତଥା ପଞ୍ଚାୟତ ର ଅନ୍ୟାନ୍ୟ ପ୍ରମୁଖ ଦାବିରେ ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଥିଲା। ବିଜେପି ପୁର୍ବ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ କଲାର ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କୁ ଆଜି ସଞ୍ଚାଳନ କରିଥିଲେ।ଧରମବନ୍ଧା କାର୍ଯ୍ୟକ୍ରମ ରେ ରାମେଶ୍ୱର କଅଁର୍,ବିଦେଶୀ ଭୋଇ,କୈଳାଶ ସାହୁ,ଗଣେଶ କଲାର,ରେଖରାମ କଳାର,ପାତ୍ର ମାଝୀ, ହରି ରାଉତ,ପାର୍ବତୀ ଜଗତ,ରାଜେଶ୍ୱରୀ ଠାକୁର ଚମନ ଲାଲ ମାଝୀ, ଦେଓ ଦୟାଲ ଠାକୁର,ତେଜରାମ ଧରୁଆ, ନନ୍ଦଲାଲ ସହିସ ପ୍ରମୁଖଙ୍କ ସମେତ ଶତାଧିକ ଜନ ସାଧାରଣ ଯୋଗ୍ ଦାନ କରିଥିଲେ। ଠିକ ସେହିଭଳି ଭରୁଅମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପୂର୍ବ ସରପଞ୍ଚ କେଶୁରାମ ସାହୁ ଙ୍କ ନେତୃତ୍ୱରେ ଘେରାଉ ହୋଇଥିବା ବେଳେ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ କଲାର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିତ୍ବ ରୂପେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର କେମିତି ଗରିବଙ୍କ ପାଇଁ କାଳ ସାଜିଛି ବର୍ଣ୍ଣନା କରିଥିଲେ।ପୂର୍ବ ସରପଞ୍ଚ ଶ୍ରୀଧର ମାଝୀ, ସରପଞ୍ଚ ଶ୍ରମତୀ ରଜମନୀ ଧାରୁଆ,ବରୁଣ ରାଉତ,ଭୂଷଣ କେଉଁଟ,ସୁନ୍ଦର ଭୁଞ୍ଜିଆ,ଶ୍ୟାମ ଭୁଞ୍ଜିଆ,ଦୁକାଲ ରାଉତ,ବୁଧରାମ ମାଝୀ, ହୀରା ମାଝୀ ସିତେ ଭୁଞ୍ଜିଆ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଘେରାଉ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।