ନୂଆପଡ଼ା-୧୯/୮ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଛତିଶଗଡ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଧରା ସଂରକ୍ଷିତ ଜଙ୍ଗଲ ଝୋଲପଡା ନିକଟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏହି କ୍ୟାମ୍ପରୁ ୨୮ ଡିଟୋନେଟର ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ସୂଚନା ପ୍ରଦାନ କରିଛନ୍ତି।
୧୭ ଅଗଷ୍ଟ ୨୦୨୩ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଧରା ସଂରକ୍ଷିତ ଜଙ୍ଗଲ ଝୋଲାପଡ଼ା ଗାଁ ନିକଟରେ ନୂଆପଡ଼ା ଓ ମେନପୁର ଡିଭିଜନ ମାଓବାଦୀ ମେଳି ବାନ୍ଧିଥିବେ ବୋଲି ବିଶେଷ ସୂତ୍ର ରୁ ପୋଲିସ୍ କୁ ସୂଚନାମିଳିଥିଲା। ଏହାପରେ ନୂଆପଡ଼ା ଏସପି ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସଓଜି, ଡ଼ିଭିଏଫ, କୋବ୍ରା ଓ ସିଆରପିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଗତ ୧୮ ତାରିଖ ପ୍ରାୟ ଅପରାହ୍ନ ୪ଟାରେ ସମୟ ରେ ଯବାନମାନେ ମାଓ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭାଙ୍ଗ ଦେଇଥିଲେ ।
ସେଠାରେ ଯବାନମାନେ ସର୍ଚ୍ଚ ଅପରେଶନ କରି ୨୮ଟି ଡିଟୋନେଟର, ୧ କେଜି ଜ୍ଵଳନଶିଲ ପଦାର୍ଥ, ଏକେ ୪୭ ବନ୍ଧୁକ ଗୁଳିର ଖୋକା, ରେଡ଼ିଓ, ମଲ୍ଟି ମିଟର, ବ୍ୟାଟେରୀ, ମାଓ ୟୁନିଫର୍ମ ସହ ବିପୁଳ ମାଓ ସାମଗ୍ରୀ, ମାଓ ସାହିତ୍ୟ ଜବତ କରିଥିଲେ । ଏବେ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚାଲୁରହିଥିବା ଏସପି ରାଘବେନ୍ଦ୍ର ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସିଆରପିଏଫ କମଣ୍ଡେଣ୍ଟ ଏରିକ ଗିଲାବର୍ଟ ଜୋଶ, ଦ୍ବିତୀୟ କମଣ୍ଡେଣ୍ଟ ରତୀନ୍ଦ୍ର ସିଂ ଉପସ୍ଥିତ ଥିଲେ ।