Odisha news

ଲଭ ଯେହାଦ ରେ ଲାଗିବ ଅଙ୍କୁଶ : ଆଉ ଧୋକା ଦେଇ ରଖି ପରିବେନି ଯୌନ ସମ୍ପର୍କ କିମ୍ବା କରି ପରିବେନି ଧର୍ମ ପରିବର୍ତନ , ଆସିଗଲା ନୁଆ ନିୟମ 

0
ନୂଆଦିଲ୍ଲୀ : କେତେବେଳେ ବିବାହ ର ପ୍ରତିଶୃତି ଦେଇ ତ , ଆଉ କେତେବେଳେ ଚାକିରୀ ପାଇଁ , ପୁଣି କେତେବେଳେ ପ୍ରେମ ଜାଲରେ ଫସାଇ ଝିଅ ମାନଙ୍କ ସହିତ ଶାରୀରିକ ସଂପର୍କ ରଖା ଯାଇଥାଏ l ଝିଅ ମାନଙ୍କୁ ଫସାଇ ସେମାନଙ୍କ ବଶ୍ୱାସ ଜିତି ଫାଇଦା ଉଠାଯାଇ ଶାରୀରିକ ସମ୍ବନ୍ଧ ରଖା ଯାଇଥାଏ ଏବଂ ଯାହାର ପରିଣାମ ସ୍ୱରୂପ ମିଳିଥାଏ ସବୁଠୁ ବଡ଼ ଧୋକା l ଝିଅ ମାନଙ୍କୁ ଧୋକା ଦେଇ ଯୌନ ଶୋଷଣ ହେଉଥିବା ମାମଲା ଲଗାତାର ବଢିବାରେ ଲାଗିଛି l ତେଣୁ ଏହାକୁ ନେଇ ସରକାର କଠୋର ନିୟମ ବା କାନୁନ ପ୍ତାସ୍ତୁତ କରିଛନ୍ତି l
ଗତ କିଛି ବର୍ଷ ମଧ୍ୟରେ ଭାରତରେ ଧର୍ମନ୍ତରିକରଣ ବ୍ୟାପକ ଭାବରେ ବୃଦ୍ଧି ପାଇବାରେ ଲାଗିଛି l ଯେଉଁଠି ଅନେକ କ୍ଷେତ୍ରରେ ଝିଅ ମାନେ ଶୋଷିତ ହେଉଛନ୍ତି l ପ୍ରଥମେ ନାମ ପରିବର୍ତନ କରି ପ୍ରେମ ଜାଲରେ ଫସା ଯାଉଛି , ଏହାପରେ ଶାରୀରିକ ସମ୍ପର୍କ ରଖା ଯାଉଛି , ଏବଂ ପରେ ଚାପ ପକାଯାଇ ଧର୍ମ ପରିବର୍ତନ କରି ବିବାହ କରାଯାଉଛି l ଏଭଳି କାର୍ଯ୍ୟର ନାମ ଦିଆଯାଇଛି ଲଭ ଜିହାଦ l ଯାହାକୁ ନେଇ ଅନେକ ମାମଲା ରୁଜୁ ହୋଇଥିଲେ ମଧ୍ୟ କୌଣସି କାନୁନ ନଥିଲା , ଏବଂ ଏହାକୁ ସାଧାରଣ କ୍ରାଇମ ଭଳି ଦେଖା ଯାଉଥିଲା l
କିନ୍ତୁ ବର୍ତମାନ ଏଭଳି କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ନୁଆ କାନୁନ ଲାଗୁ କରାଯିବ l
ନୁଆ କାନୁନ ରେ ରହିଛି ୧୦ ବର୍ଷର ଜେଲ ଦଣ୍ଡ :-
କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହା ଲୋକସଭା ବିଲ ଆଗତ କରିଥିଲେ l ଏହି ବିଲ ଅନୁସାରେ ମହିଳା ମାନଙ୍କ ସୁରକ୍ଷା ପାଇଁ କିଛି ନିୟମ ଲାଗୁ ହୋଇଥିଲା l ସେଥିରେ ଏହି ନିୟମ ମଧ୍ୟ ଆଗତ ହୋଇଥିଲା ଯେ ନିଜର ପରିଚୟ ଓ ଧର୍ମ ଲୁଚାଇ ଯଦି କୌଣସି ବ୍ୟକ୍ତି ଯେକୌଣସି ଝିଅ ସହିତ ଶାରୀରିକ ସମ୍ବନ୍ଧ ରଖିବ ତେବେ ସେଥିପାଇଁ ଉକ୍ତ ବ୍ୟକ୍ତି କୁ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ l ପ୍ରସ୍ତାବିତ ଏହି କାନୁନ ଭାରତୀୟ ନ୍ୟାୟ ସହିଁତା ୨୦୨୩ ର ପଞ୍ଚମ ଭାଗ ରେ ସେକ୍ସନ ୬୯ ରେ ଏଭଳି ଅପରାଧ କ୍ଷମଣୀୟ ନୁହେଁ l
Leave A Reply